ଧରନ୍ତୁ ଆପଣ ଗୋଟେ ଭଲକାମ କରିବାକୁ ଯାଉଛନ୍ତି,ସବୁ କାମରେ ତ ଭଲ ମନ୍ଦ ଦୁଇପାର୍ଶ୍ବ ଅଛି,ସେଇ କାମରେ ଯାହାର କିଛି ମନ୍ଦ ହେବ ବା ଯାହାର କିଛି କ୍ଷତି ହେବ ସିଏ ନିଶ୍ଚୟ ପ୍ରତିବାଦ କରିବ ବା ବାଧା ସୃଷ୍ଟି କରିବ ବା ଚେଷ୍ଟା କରିବ ସେ ଦିଗରେ । ତା’ପରେ ସେ ଭଲ କାମରେ ଯେ କିଛି ଦୋଷ ତୃଟି ନ ଥିବ ଏମନ୍ତ ନୁହେଁ କାରଣ ଚନ୍ଦ୍ରରେ ତ ପୁଣି କଳଙ୍କ ଅଛି !ମୁଁ ଏବେ ଏକ ଦୃଷ୍ଟାନ୍ତ ଦେଉଛି, ସୋସିଆଲ ମିଡିଆରେ ଦେଖିଥିବେ ଏକ ପ୍ରସଙ୍ଗ,ପୁର୍ଵତନ ଜଣେ ପ୍ରଧାନମନ୍ତ୍ରୀଙ୍କ ସମୟର କଥା,ତାଙ୍କ ବିଦେଶ ଗସ୍ତବେଳେ ତାଙ୍କ ସହିତ ଏକ ବିଶାଳ ଦଳ(୨୦/୩୦ କିମ୍ବା ୩୦/୪୦ଜଣ-ସମ୍ପୃକ୍ତ କର୍ମଚାରୀ,ସାମ୍ବାଦିକ ଓ ନିଜଲୋକ)ବିଦେଶ ଯାଉଥିଲେ,ଧର ଫ୍ରାନ୍ସ ଯାଉଥିଲେ,ମାତ୍ର ପ୍ରଧାନମନ୍ତ୍ରୀ ସରକାରୀ ଗସ୍ତରେ ଯାଉଥିଲେ ମଧ୍ୟ ଆମର ସେଠାକାର ଦୂତାବାସକୁ ଯାଉ ନ ଥିଲେ, ଥରଟିଏ ବି, ଦୂତାବାସର କର୍ମଚାରୀମାନେ କିନ୍ତୁ ନିଜ କାମଧନ୍ଦା ଛାଡି ଯାଇଥିବା ଦଳର ଚର୍ଚ୍ଚାରେ ବ୍ୟସ୍ତ ରହୁଥିଲେ,ଏମିତିକି ସେମାନଙ୍କୁ ପ୍ୟାରିସ୍ ଇତ୍ୟାଦି ସହର ବୁଲାଇବାରେ ଏବଂ ବଜାର କରାଇବାରେ ସାହାଯ୍ୟ କରୁଥିଲେ,ସବୁ ପ୍ରକାର ଖର୍ଚ୍ଚ ହେଉଥିଲା ଭାରତ ସରକାରଙ୍କ ତହବିଲରୁ,ଅର୍ଥାତ୍ ସାଧାରଣ ଜନତାର ଝାଳବୁହା ଧନ-ପ୍ରଦତ୍ତ ଟିକସ ପଇସାରୁ । ଏମିତି ଉଦାହରଣ ଅଛି ପୂର୍ବତନ ରାଷ୍ଟ୍ରପତି ୧୦୦ ଜଣିଆ(ଅର୍ଦ୍ଧାଧିକ ବନ୍ଧୁବାନ୍ଧବ)ଦଳ ଧରି ଯାତ୍ରା କରିଛନ୍ତି ବିଦେଶକୁ ଯୋଉଥିରେ କୋଟି କୋଟି ସରକାରୀ ଅର୍ଥ ବିର୍ନବ୍ୟୟ ହୋଇଛି, ସରକାରୀ ଖର୍ଚ୍ଚ ନାଁରେ । ମାତ୍ର ଏବେ ପରିସ୍ଥିତି ବଦଳି ଯାଇଛି, ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ସଙ୍ଗେ ଆଉ ବିଶାଳ ଦଳ ଯାଉ ନାହାଁନ୍ତି, ଏମିତିକି ସାମ୍ବାଦିକମାନେ ମଧ୍ୟ ଅଦରକାରୀଭାବେ, ଯେତିକି କର୍ମଚାରୀ ନିହାତି ଆବଶ୍ୟକ ସେତିକି,ବନ୍ଧୁବାନ୍ଧବ ତ ପ୍ରଶ୍ନ ନାହିଁ,ପରିବାର ତ ମୂଳରୁ ନାହିଁ !ତହିଁରେ ପୁଣି ଦୂତାବାସ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ,କେହି କୋୖଣସି ଯାଇ- ଥିବା ବ୍ୟକ୍ତିଙ୍କୁ ସହାୟତା କରିବେ ନାହିଁ,ସରକାରୀ ପଇସା ଖର୍ଚ୍ଚହେବା ପ୍ରଶ୍ନ ଇ ଉଠେନା ।ପୁନଶ୍ଚ ବିଦେଶ ଗସ୍ତବେଳେ ପ୍ରଧାନମନ୍ତ୍ରୀ ନିଶ୍ଚିତଭାଵେ ଦୂତାବାସକୁ ଯାଆନ୍ତି ଏବଂ କର୍ମ- ଚାରୀଙ୍କ ସହିତ ଚା’ପାନ କରନ୍ତି ଏବଂ ଭଲମନ୍ଦ ବୁଝିଥାନ୍ତି ।ଆଛା କହିଲେ ବର୍ତ୍ତମାନ ଅନୁସୃତ ପନ୍ଥାଟା ଭଲ ନାଁ ପୂର୍ବର ! କିନ୍ତୁ ଆମ ଆଖିକୁ ବର୍ତ୍ତମାନର ପନ୍ଥାଟା ଯେତେ ଭଲ ଲାଗିଲେ ମଧ୍ୟ ଯୋଉ ମାନେ ମାଗଣା ମାହାଳିଆରେ ବିଦେଶ ବୁଲା ସାଙ୍ଗକୁ ସରକାରୀ ପଇସାରେ ରହିବା/ଖାଇବା/ବୁଲିବା/ଅୟସ କରିବା ସହିତ ସରକାରୀ ପଇସାରେ ବିଦେଶୀ ବହୁମୂଲ୍ୟ ପଦାର୍ଥମାନ ଘରକୁ ଵୋହିଆଣୁଥିଲେ ସେମାନଙ୍କର କ୍ଷତିହେଲା ନାଁ ନାହିଁ,କ୍ଷତି ତ କ୍ଷତି ବୃହତ୍ତ କ୍ଷତି,ସେଥିରେ ପୁଣି ଏ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ଟଣା ହୋଇ- ଗଲା,ଏଇଟା ସେଇ ନିର୍ମୂଳିଲତାମାନଙ୍କୁ ଵାଧିବନି !ତାଙ୍କ ଦେହମୁଣ୍ଡ କ’ଣ ହୋଇଯାଉଥିବ ନାଁ ! ଏଥିରେ ସେମାନେ ଏ ସରକାରର,ବର୍ତ୍ତମାନ ସରକାରର ଗୋହି ଖୋଳିବେନି, ବିରୋଧ କରିବେନି ? ସେମିତି ଆଉ ଗୋଟେ କଥା, ବିଦେଶରେ ରହୁଥିବା ଜଣେ ଭାରତୀୟ ନୋବେଲ ବିଜେତା ଆମ ଦେଶରେ ପୁନରୁଦ୍ଧାର/ପୁନଃନିର୍ମିତ ଏକ ନାମକରା ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଥିଲେ, ଦିନେ ଭାରତକୁ ନ ଆସି ମଧ୍ୟ ସେ ବ୍ୟକ୍ତି ମାସକୁ ୫ଲକ୍ଷ ଦରମା ଓ ଅନ୍ୟାନ୍ୟ ଭତ୍ତା ନେଉଥିଲେ ତାଙ୍କ ପୁରସ୍କାର ଓ ତତ୍କାଳୀନ ସରକାର ଵଳରେ । ବର୍ତ୍ତମାନର ସରକାର ସେସବୁ ବନ୍ଦ କରିଦେଲେ,ୟା ଦ୍ଵାରା ସେ ବ୍ୟକ୍ତିଙ୍କର ତ ଯାହା କ୍ଷତି ହେଲା ହେଲା,ସେଇ ବାବଦରେ ଅନ୍ୟମାନେ ଯୋଉମାନେ ହାତ ଚିକ୍କଣ କରୁଥିଲେ ସେମାନଙ୍କର ମଧ୍ୟ କ୍ଷତି ହେଲା ନାଁ ନାହିଁ । ଏଥିରେ ସେମାନେ ରାଗିବେନି,ଏ ସରକାରର ଚଉଦ ପୁରୁଷ ଶ୍ରାଦ୍ଧ ଦେଵେନି,ତମେ ତାଙ୍କର ଗୋଟେ ଶୂନ୍ୟ ଅର୍ଥସ୍ରୋତକୁ ବନ୍ଦ କରିଦେଲ, ତମର କ’ଣ ହାତରୁ ପଡୁଥିଲା ?କଥାରେ ଅଛି ସରକାରକା ମାଲ…….,ଏମିତି କେତେକିଏ ମାରି ନେଉଥିଲେ ନାଁ,କୋଉକାଳୁ ଏପ୍ରକାର ପ୍ରଥା ଚଳି ଆସୁଥିଲା ! ଆଉ ଏକ ପ୍ରସଙ୍ଗ,ଯେତେ ସବୁ ସରକାରୀ ଯୋଜନା,ଧର ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା,ଫସଲ ବୀମା ଯୋଜନା,ଏମଜିଏନଆରଇଜିପି,ଏମିତି ଯେତେ ଯୋଜନା ଯୋଉ ଦିଗରେ ସାଧାରଣ ଲୋକ ସରକାରଙ୍କଠାରୁ ଅର୍ଥରାଶି ପାଉଥିଲେ ସେଥିରେ ବ୍ୟାପକ ଘୋଟାଲା(ମାରପେଞ୍ଚ-ଏପଟ ସେପଟ)ହେବାରୁ ଏବର କେନ୍ଦ୍ର ସରକାର ଏସବୁ ଅର୍ଥକୁ ଡିଵିଟି, ଅର୍ଥାତ୍ ଡାଇରେକ୍ଟ ଵେନିଫିଟ ଟ୍ରାନସଫର ବା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଜରିଆରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ପଇଠ କରିଦେଉଛନ୍ତି । ଫଳରେ ମଝିରେ ଯୋଉ ମାନେ ଗରୀବ ଅଶିକ୍ଷିତ ଲୋକଙ୍କୁ ହଇରାଣ କରି ଏଇଭଳି ଅର୍ଥର ବାଟମାରଣା କରି ଶୂନ୍ୟେ ଶୂନ୍ୟେ ମାଲାମାଲ ହେଉଥିଲେ ସେମାନଙ୍କର ଭେଳା ବୁଡିଲା ନାଁ ନାହିଁ ? ଏସବୁ କିଏ କଲା, ବର୍ତ୍ତମାନର କେନ୍ଦ୍ର ସରକାର । ଏଥିରେ ଏଇ ଶୂନ୍ୟଚାରୀମାନେ ବିଗିଡିବେ ନାଁ ନାହିଁ,କେନ୍ଦ୍ର ସରକାରଙ୍କୁ ଗାଳି ଦେଵେ ନାଁ ନାହିଁ ? ସେମାନେ କହୁଛନ୍ତି, ତମକୁ ଧର୍ମ ସହିବଟି,ଆମେ କୋଉଠି କେମିତି ଟିକେ କାହାର ଅର୍ଥରେ ହାତ ଚିକ୍କଣ କରୁଥିଲୁ, ତମର କ’ଣ ଅସୁବିଧା ହେଲା, ସେଇଟା କାହିଁକି ବନ୍ଦ କଲ? ଦୀପ ନ ତେଜିଲେ କ’ଣ ହାତ ଚିକ୍କଣ ହୋଇପାରିବ ? ଆହୁରି ଏକ କଥା ହେଲା, ବର୍ତ୍ତମାନ ସରକାର ୨ୟ ପାଳି ପୂରଣ କରିବାକୁ ଯାଉଛନ୍ତି,ଏ ସରକାର ଯୋଗୁଁ ଯୋଉମାନଙ୍କର ସବୁ ଅସୁବିଧା ହେଉଛି,ଯୋଉମାନେ ଗାଦିନସୀନ ହୋଇ ପାରୁ ନାହାନ୍ତି, ସେମାନେ ଦେଖୁଛନ୍ତି,ଇଏ କ’ଣ ଗାଦୀ ମାଡ଼ି ବସିଲେଣି, ଉଠିଲାଭଳି ଦେଖା ଯାଉନାହାଁନ୍ତି ସେମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ବିଦେଶୀ ଶକ୍ତି ହେଉ ବା ବିଦେଶୀ ଅର୍ଥ ବଳରେ ହେଉ ।ଏ ମଧ୍ୟରେ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ତାଙ୍କର କଳ ବଳ କୌଶଳ ଲଗାଇ ଦେଇଛନ୍ତି କେନ୍ଦ୍ର ସରକାରଙ୍କୁ ଭାଙ୍ଗିଦେବା ଲାଗି, କାରଣ ଏବର ସରକାର କାହା କଥା ଶୁଣୁ ନାହାନ୍ତି, କାହାକୁ ଖାତିର କରୁ ନାହାଁନ୍ତି, ଯାହା ଅତୀତରେ କେବେ ହୋଇ ନ ଥିଲା ।ଏହାର ଏକ ବଡ଼ ଦୃଷ୍ଟାନ୍ତ ଋଷ-ୟୁକ୍ରେନ ଯୁଦ୍ଧ, ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ଶତ ଡରାଣ, ଧମକାଣ(ବାସନ୍ଦ)ସତ୍ତ୍ୱେ ମୋଦୀ ସରକାର ସେଥି କି ଧ୍ୟାନ ନ ଦେଇ ଋଷଠାରୁ ଶସ୍ତା ଦରରେ ଅଶୋଧିତ ତୈଳ ଆମଦାନୀ କରିବା । ଅଧିକନ୍ତୁ ଆମେରିକା ଓ ପାଶ୍ଚାତ୍ୟର ପ୍ରଵଳ ଚାପ ସତ୍ତ୍ୱେ ଜାତିସଂଘରେ ଋଷ ସପକ୍ଷରେ ଭୋଟ ଦେବା ପାଶ୍ଚାତ୍ୟ ଗୋଷ୍ଠୀକୁ କ୍ଷୁଵ୍ଧ କରିଥିବ ନିଶ୍ଚୟ । ଏମିତି ଗୋଷ୍ଠୀ ଅଛନ୍ତି ଦେଶ ଭିତରେ ଯୋଉମାନେ ଦେଶର ଶତ୍ରୁକୁ ଗୁହାରିକରୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବାକୁ କ୍ଷମତାସୀନ ହେବାରେ ।ଅତୀତରେ ଭାରତ ପାଶ୍ଚାତ୍ୟ ଗୋଷ୍ଠୀକୁ କେବେ ଅସନ୍ତୁଷ୍ଟ କରାଇନି,ଏମିତିକି ଚିରଶତ୍ରୁ ଚୀନକୁ ଅଖୁସି ନ କରାଇବା ପାଇଁ ନିଜ ଖୁସିକୁ ବଳି ପକାଇଛି ଅନେକ କ୍ଷେତ୍ରରେ,ସେଇଟା ତତ୍କାଳୀନ ସରକାରର ନୀତି ଥିଲା ।ଉଦାହରଣଟିଏରୁ ସବୁ ସ୍ପଷ୍ଟ ହୋଇଯିବ । ପୃଥିବୀର ସର୍ବୋଚ୍ଚ ସାମରିକ ବିମାନଘାଟି ଭାରତରେ ଯାହା ଚୀନ ସୀମାଠାରୁ ମାତ୍ର ୮କି.ମି. ଦୂରରେ ସମୁଦ୍ର ପତ୍ତନଠାରୁ ୧୬,୭୦୦ଫୁଟ ଉଚ୍ଚରେ ଅବସ୍ଥିତ । ସାମରିକ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,୧୯୬୨ ଭାରତ-ଚୀନ ଯୁଦ୍ଧ ପରିପ୍ରେକ୍ଷୀରେ ଏହା ଖୋଲା ଯାଇଥିଲା, ଅଳ୍ପ କିଛି ବର୍ଷ କାର୍ଯ୍ୟକାରୀ ହେଲାପରେ ୧୯୬୬ରେ ଏକ ଭୂମିକମ୍ପ ହେତୁରୁ ଏହା ବିପଦପୂର୍ଣ୍ଣ ଥିବାରୁ ଅବ୍ୟବହୃତ ହୋଇ ପଡ଼ିରହିଥିଲା ।ଭାରତୀୟ ବାୟୁସେନା ଯେତେଥର ଏହାର ପୁନରୁଦ୍ଧାର ନିମନ୍ତେ ଉଦ୍ୟମ କରିଛି, କୋୖଣସି ନା କୋୖଣସି ଆଳରେ କେନ୍ଦ୍ର ସରକାର ଏହାକୁ ଖାରଜ କରିଦେଇଛନ୍ତି,ମତଲବ,ଚୀନ କାଳେ ଖରାପ ଭାବିବ, ଭାରତର ଏତେ ବଡ଼ ଜାଗା ଅକସାଇ ଚୀନ ଜବରଦସ୍ତ ଦଖଲ କଲାବେଳେ ଯେମିତି ଚୀନ ଭାରତକୁ ପଚାରି ନେଇଥିଲା !ଚୀନ ବେଳକୁ ବେଳ ସୀମାରେ ତା’ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଜାରିରଖିଥାଏ ସଡକ ପଥ,ରେଳପଥ,ଵିମାନଘାଟି,ଅସ୍ତ୍ରାଗାର ମାଧ୍ୟମରେ ।ଆମ ବାୟୁସେନା ମଧ୍ୟ ଅତିମାତ୍ରାରେ ସାମରିକ ଗୁରୁତ୍ୱ ବହନ କରୁଥିବା ଡିବିଓ(ଦୌଲତ ବେଗ ଓଲଡି)ବିମାନଘାଟି ପୁନରୁଦ୍ଧାର ସକାଶେ ଚେଷ୍ଟା ଅବ୍ୟାହତ ରଖିଥିଲେ ।୨୦୦୮ ମେ’ ରେ ଭାରତୀୟ ବାୟୁସେନାର କିଛି ଦକ୍ଷ ଅଧିକାରୀ ନିଜର ଉଚ୍ଚପଦସ୍ଥ ଅଧିକାରୀଙ୍କ ଜାଣତରେ କେନ୍ଦ୍ର ସରକାରଙ୍କଠାରୁ କୋୖଣସି ପ୍ରକାର ଲିଖିତ ଅନୁମତି ନନେଇ(ବାରମ୍ବାର ନାସ୍ତି ପରେ ସେ ସମ୍ଭାବନା ମଉଳିଯାଇଥିଲା)ସବୁପ୍ରକାର ପ୍ରାକପ୍ରସ୍ତୁତି ସହ ଏକ ଏଏନ-୩୨ଯୁଦ୍ଧଵିମାନ ଓ ପରେ ବିଶାଳକାୟ ପଣ୍ୟବାହୀ ଯୁଦ୍ଧଵିମାନ ସି-୧୩୦ଜେ ସୁପର ହରକ୍ୟୁଲେସ ସଫଳତାର ସହ ଅବତରଣ ଓ ଉଡ୍ଡୀୟମାନ କରାଇଥିଲେ ।ବର୍ତ୍ତମାନ ଚୀନର ଯୁଦ୍ଧ ଭଳି ମାନସିକତାରେ ଏହି ଡିବିଓ ଭାରତୀୟ ବାୟୁସେନା ଓ ଵିଏସଏଫର ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲାଗୁଛି।ମାତ୍ର ଦୁଃଖର ବିଷୟ ଏକଥା ଜଣାପଡିବାପରେ ତତ୍କାଳୀନ ରକ୍ଷାମନ୍ତ୍ରୀ ଏ.କେ.ଆଣ୍ଟୋନୀ ତତ୍କାଳୀନ ଭାଇସ୍ ଚିଫ୍ ଏୟାର ମାର୍ଶାଲ(ଅବସରପ୍ରାପ୍ତ) ପ୍ରଣବକୁମାର ଵରଵୋରାଙ୍କୁ କୈଫିୟତମାଗିଥିଲେ କି ସରକାରଙ୍କ ବିନାଅନୁମତିରେ କିପରି ଏହି କାର୍ଯ୍ୟ କରିପାରିଲେ,ପୁଣି ସେ ସମୟରେ ଚୀନରେ ଅନୁଷ୍ଠିତ ହେବାକୁଥିବା ଶାନ୍ତି କଥାବାର୍ତ୍ତାରେ ଚୀନ ପ୍ରତିପକ୍ଷଙ୍କୁ ଏ ସମ୍ବନ୍ଧରେ କି ଉତ୍ତର ଦେବେ ବୋଲି ସେ ଅତ୍ୟନ୍ତ ମର୍ମାହତ ଥିଲେ।ଉତ୍ତରରେ ବରବୋରା କହିଥିଲେ,”ଏହି ବିମାନଘାଟି ବାୟୁସେନା ନିମନ୍ତେ ଯୋଗାଯୋଗ,ସରଞ୍ଜାମ ଯୋଗାଣ ଦିଗରେ ଅତୀବ ମହତ୍ୱପୂର୍ଣ୍ଣ,ତେଣୁ ବାୟୁସେନା ନିଜ ଦାୟିତ୍ଵରେ ଏହା କାର୍ଯ୍ୟକ୍ଷମ କରାଇଛି ଏବଂ ଏ ସମ୍ପର୍କରେ ପ୍ରଶ୍ନ କରିବାକୁ ଚୀନ କର୍ତ୍ତୃପକ୍ଷଙ୍କର କୋୖଣସି ଅଧିକାର ନାହିଁ କିମ୍ବା ସେ ଏ କଥା ଉଠାଇଵେ ନାହିଁ”ଯାହା ସତ ହୋଇଥିଲା ସେନା ଅଧିକାରୀ ବା ସାଧାରଣ ଲୋକର ଏଭଳି କହିବାର ବା କରିବାର ଆସ୍ପର୍ଦ୍ଧା ଥିବା ବେଳେ ଭାରତୀୟ ରାଜନେତାମାନେ ଚୀନକୁ କାହିଁକି ଯେ ଏତେ ଗୁରୁତ୍ୱ ଦେଉଥିଲେ ଯେ ଆମଭଳି ସାଧାରଣ ଲୋକର ମୁଣ୍ଡରେ ପଶୁନାହିଁ।ଏହା ବୋଧେ ତତ୍କାଳୀନ ଶାସକଦଳର ମାନସିକତା ଯାହା ଅଦ୍ୟାବଧି ପ୍ରଚଳିତ,ମନୁଷ୍ୟ ପ୍ରକୃତି ତ ! ଆପଣମାନେ ଗୋଟେ କଥା ନିଶ୍ଚୟ ଶୁଣିଥିବେ,ଢୋଲ ଭିତରେ ମୂଷା।ଏମିତି ଯଦି କଥା ହୋଇଥିବ, ତେବେ ଢୋଲ ଉପରକୁ ଯେତେ ଭଲ ଦେଖାଯାଉଥିଲେ ବି ଭଲ ଶଦ୍ଦ କେମିତି ବାହାରିବ,କାରଣ ମୂଷା ତ ଭିତରେ କାଟିକୁଟି ଦେଇଥିବ !ଏମିତି ଉଦାହରଣ ଆମ ପୁରାଣ ଯୁଗରୁ ଏ ପର୍ଯ୍ୟନ୍ତ ଅନେକ,ରାମାୟଣ-ତ୍ରେତା ଯୁଗରେ ବିଭୀଷଣ,ଦ୍ଵାପର ମହାଭାରତ ଯୁଗରେ ଶକୁନୀ,କଳିଯୁଗରେ ଜୟଚନ୍ଦ୍ର, ଇଂରେଜଙ୍କ ଅମଳରେ ମୀରକାଶିମ,ନିମକ ହାରାମୀ ଜମିଦାରୀ ଏଭଳି କେତେ କ’ଣ। ଏମାନେ ନଥିଲେ କ’ଣ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ,ସୁରେନ୍ଦ୍ର ସାଏ ପ୍ରଭୃତି ଧରା ପଡିଥାନ୍ତେ ନାଁ ଇତିହାସ ଏମିତି ହୋଇଥାନ୍ତା ! ଏଇ ଢୋଲ ଭିତରେ ମୂଷାମାନଙ୍କ ମଧ୍ୟରେ ସବୁଠୁ ସାଂଘାତିକ କୋଉ ମାନେ ଜାଣନ୍ତି,ଅତି ଗୁରୁତ୍ୱପୂର୍ଣ୍ଣ, ସ୍ପର୍ଶକାତର ସାମରିକ ବାହିନୀରେ ଥିବା ଚୁଟିଆ ମୂଷାମାନେ,ଆଉ ଏମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇ ଆସିଛନ୍ତି କିଛି ତଥାକଥିତ ରାଜନୈତିକ ଦଳ !ଆଉ ଏଥିପାଇଁ ପ୍ରଚୂର ଖର୍ଚ୍ଚ କରିବାକୁ ଅନାଇ ବସିଥାନ୍ତି ଚୀନଭଳି ଚିରଶତ୍ରୁ ଓ ସମମନୋଭାଵୀ ଦେଶମାନେ ।ଏଇ ଯେମିତି ଭାରତୀୟ ମହାକାଶ ଗବେଷଣା ସଫଳ କରାଇଦେବାକୁ ଚାହୁଁ ନଥିଲା,ଆମେରିକା,ଯାହାର ଫଳସ୍ୱରୂପ ମିଛରେ ଗିରଫଦାରୀର ସମ୍ମୁଖୀନ ହୋଇ ଥିଲେ କେରଳର ପ୍ରଖ୍ୟାତ ବୈଜ୍ଞାନିକ ନାମ୍ବିଆର,ଯାହାକୁ ଭିତ୍ତିକରି ଚଳିତବର୍ଷ ମୁକ୍ତିଲାଭ କରିଛି ହିନ୍ଦୀ ଚଳଚ୍ଚିତ୍ର,”ରକେଟ୍ରି”। ମୋ ମନରେ ଅନେକ ଥର ପ୍ରଶ୍ନ ଆସେ ଆମ ଦେଶ ଯଦି ବର୍ତ୍ତମାନ ସମୟରେ ଏତେ ଉନ୍ନତି କରିପାରୁଛି,ଏତେ ନୁଆ ନୁଆ ଜିନିଷ ତିଆରି କରିପାରୁଛି “ଆତ୍ମନିର୍ଭର ଭାରତ” ଯୋଜନାରେ ତେବେ ଆଜିଯାଏ କାହିଁ କିଛି ହୋଇ ପାରୁନଥିଲା ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ !ଦୃଷ୍ଟାନ୍ତ ଗୋଟିଏ ଦେଖନ୍ତୁ,ଆମଦେଶରେ ଡିଆରଡିଏ, ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ-ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା,୧୯୮୩ରେ ଏକ ହାଲୁକା ଯୁଦ୍ଧ ବିମାନ ବିକାଶ ଓ ନିର୍ମାଣ ନିମନ୍ତେ ଅନୁମତି ପାଇଲା,ମାତ୍ର ୧୮ ଵର୍ଷ- ପରେ ପ୍ରଥମ”ତେଜସ”ସେନାରେ ସାମିଲ ହେଲା ଏବଂ ତା’ର ୨ୟ ସଂସ୍କରଣ Tejas Mk 2 ଆସିବ ୨୦୨୩ରେ ।ସେମିତି ଅଗ୍ନି,ବ୍ରହ୍ମୋସ୍(BrahMos-ଋଷ-ଭାରତ ମିଳିତ ସ଼ହଯୋଗରେ ନିର୍ମିତ ସୁପରସୋନିକ ମିଜାଇଲ, ଅର୍ଜ୍ଜନ ଟ୍ୟାଙ୍କ ଇତ୍ୟାଦି ଯାହାସବୁ ବିଶ୍ବରେ ଅତି ମାତ୍ରାରେ ଖୋଜା ପଡୁଛି ସେହି ସବୁ ନିର୍ମାଣକୁ ବିଳମ୍ବିତ କରାଇବା,ଅନ୍ୟ ସହିତ ତୁଳନାରେ ନୀଚା ଦେଖାଇବା,ଅନ୍ୟ ତୁଳନାରେ ଆମର ଉତ୍ପାଦ ଶସ୍ତା(ମହାକାଶ ଯାନ ପ୍ରସ୍ତୁତି ଏବଂ ଉତକ୍ଷେପଣରେ ଆମେରିକାଠୁ ଯଥେଷ୍ଟ କମ୍ ଖର୍ଚ୍ଚ)ହୋଇଥିଲେ ମଧ୍ୟ ମହର୍ଗ ପ୍ରତିପାଦନ କରି ଦେଶକୁ ବଦନାମ କରିବାକୁ ଏକ ଗୋଷ୍ଠୀ ସଦା ତତ୍ପର।ଏମାନେ କିଏ ପ୍ରାୟ ଅନେକେ ଜାଣି ନଥିବେ,ଆଉ ଆପଣମାନେ ଜାଣିଲେ ନିଜ କାନକୁ ମଧ୍ୟ ବିଶ୍ଵାସ କରିବେନି,ଏମାନେ ହେଲେ ଆମ ସେନାବାହିନୀରେ କର୍ତ୍ତବ୍ୟରତ ଏବଂ ସେବା ନିବୃତ୍ତ କିଛି ଉଚ୍ଚ ଅଧିକାରୀଙ୍କ ଗୋଷ୍ଠୀ ଯୋଉମାନେ “ଚଣ୍ଡୀଗଡ଼ ଲବି ବା ଗ୍ୟାଙ୍ଗ” ଭାବରେ ପରିଚିତ ଯଦିଓ ସମସ୍ତେ ଚଣ୍ଡୀଗଡ଼ ସହିତ ସମ୍ପୃକ୍ତ ନୁହଁନ୍ତି । କଥା କ’ଣ କି ପ୍ରାୟ ସେନାରେ ପଞ୍ଜାବୀମାନେ ଅଧିକ ଅଛନ୍ତି, ଆଉ ସେଥିରୁ ପନ୍ଝେ ଏପ୍ରକାର ହୀନକାର୍ଯ୍ୟପାଇଁ ଚଣ୍ଡୀଗଡକୁ କ୍ଷେତ୍ର କରିଥିବାରୁ ଏପରି ନାମକରଣ ।ଆପଣମାନେ ଜାଣିଥିବେ ଆମ ଦେଶରେ ପ୍ରାୟ ସଭିଏଁ ଲାଞ୍ଚ,ପିସି,ଉପହାର,କିକବ୍ୟାକ,ଘୋଟାଲା ଓ ଦୁର୍ନୀତି ଶଦ୍ଦ ସହିତ ଅଳ୍ପ ବହୁତ ଜଡ଼ିତ,ଏଅବସ୍ଥା ଏମିତି ଏକ ସ୍ତରରେ ପହଞ୍ଚିଲାଣି ଯେ ତା’ର ସମୂଳୋତ୍ପାଟନ ଏକରକମ ଅସମ୍ଭବ।ଏଇ ଚଣ୍ଡୀଗଡ଼ ଲବି ଏଇଥିପାଇଁ ଭୋକିଲା,ଆଉ ସବୁପ୍ରକାର କାଣ୍ଡ ଭିଆଇଥାନ୍ତି ୟା ସକାଶେ । ଏମାନେ ହେଲେ କାଠପୋକ ଭିତରେ ଭିତରେ କାଟି କାଟି କାଠକୁ ପୋଲା କରିଦେଇଥାନ୍ତି,ଆଉ ଦେଖୁ ନାହାଁନ୍ତି,ପ୍ରତିରକ୍ଷାଭଳି ଏତେ ଗୁରୁତ୍ୱପୂର୍ଣ୍ଣ ଓ ମହତ୍ତ୍ୱପୂର୍ଣ୍ଣ ତଥା ସ୍ପର୍ଶକାତର ବିଷୟରେ ମଧ୍ୟ ସବୁ ଦାଣ୍ଡରେ ପକାଇ ହାଟରେ ଗଡ଼ାଇ ଦେଉଛନ୍ତି । ଅନେକ ପ୍ରସଙ୍ଗରୁ ଗୋଟିଏ ଜାଣନ୍ତୁ,୨୦୧୨ରେ ପୂର୍ବତନ ସେନାମୁଖ୍ୟ ଭି.କେ.ସିଂ ଅଭିଯୋଗ କରିଥିଲେ ଯେ ତେଜିନ୍ଦର ସିଂ ନାମକ ଜଣେ ଲେଫ୍ଟନାଣ୍ଟ ଜେନେରାଲ ତାଙ୍କୁ ଟେଟ୍ରା ଟ୍ରକର ଏକ ଟେଣ୍ଡର ପାସ କରିବାପାଇଁ ୧୪ କୋଟି ଲାଞ୍ଚ ଯାଚିଥିଲେ ଯାହାକୁ ସେ ପ୍ରତ୍ୟାଖ୍ୟାନ କରିବାସହିତ ପ୍ରତିରକ୍ଷା ମନ୍ତ୍ରୀଂକୁ ଜଣାଇଥିଲେ।ଅଭିଯୁକ୍ତର ତ କିଛି ହେଲାନି ବରଂ ଭି.କେ.ସିଂ ଅସୁବିଧାରେ ପଡ଼ିଲେ,କାରଣ ଅଭିଯୁକ୍ତ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିକଟତର । ଆଉ ଗୋଟିଏ କଥା ଜାଣନ୍ତୁ,ପୂର୍ବତନ ସିଡିଏସ ବିପିନ ରାୱତ ଏକ ବିମାନ ଦୁର୍ଘଟଣାରେ ୨୦୨୧ ଡିସେମ୍ବର ୦୮ରେ ଦିବଙ୍ଗତ ହୋଇଗଲେ,ଜଣେ ଦକ୍ଷ,ଜନପ୍ରିୟ,ପ୍ରଥମ ସିଡିଏସଙ୍କ ନିଧନରେ ପ୍ରାୟ ସମସ୍ତେ ଶୋକାଭିଭୂତ ଥିବାବେଳେ ଏଇ ଚଣ୍ଡୀଗଡ଼ ଲବିର କିଛିସଦସ୍ୟ ଖୁସିରେ ଟ୍ୱିଟ କରିଥିଲେ,ଉତ୍ସଵ ପାଳିଥିଲେ,କେତେ ହୀନମନ୍ୟତା !କାରଣ ବିପିନ ରାୱତ ଓ ଭି.କେ.ସିଂ ଦୁଇଜଣ ଅତି ସଚ୍ଚୋଟ ଓ ଶକ୍ତ ସେନାଧିକାରୀ।ସେମାନେ ଚଣ୍ଡୀଗଡ଼ ଲବିର ମୂଳୋତ୍ପାଟନ ସକାଶେ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା,କାରଣ ନିର୍ମୂଳୀଲତା ପଵନଟିକେ ପାଇଲେ ସୁଦ୍ଧା ବଞ୍ଚିଯିବ ।ତା’ପରେ ଏମାନଙ୍କ ଉପରେ ତତ୍କାଳୀନ ସର୍ବ ପୁରାତନ ସରକାରୀ ଦଳର ଅଭୟ ଥିଲା,ଆଦର୍ଶଗତମେଳ ନଥିଲେ ଏହା ସମ୍ଭବନୁହେଁ !ଏଇ ହେତୁରୁ ଭାରତ ଯୋଡୋ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ପଞ୍ଜାବରେ ଚଣ୍ଡୀଗଡ଼ଲବିର କିଛି ସଦସ୍ୟ ଯୋଗ ଦେଇଥିଲେ ।କାହିଁକି ନାଁ ଏମାନେ ହେଲେ ମୋଦୀଙ୍କର କଟ୍ଟର ବିରୋଧୀ,କାରଣ ମୋଦୀଙ୍କର ଆତ୍ମନିର୍ଭର ଭାରତ ସବୁ ଗଣ୍ଡଗୋଳର ମୂଳ ଅର୍ଥାତ୍ ଆତ୍ମ- ନିର୍ଭର ଭାରତ ଯୋଗୁଁ ଭାରତ ବର୍ତ୍ତମାନ ସେନାବାହିନୀର ଚାହିଦା ମେଣ୍ଟାଇବା ସହିତ ଅସ୍ତ୍ରଶସ୍ତ୍ର,ଲଢୁଆ ବିମାନ,ଟ୍ୟାଙ୍କ ଆଦି ଅନେକ ସାମରିକ ସରଞ୍ଜାମ ରପ୍ତାନୀ କରିବାକୁ ସକ୍ଷମ।ମୋ ମନରେ ଯୋଉ ପ୍ରଶ୍ନ ଉଠୁଥିଲା ତା’ର ଉତ୍ତର ମଧ୍ୟ ମିଳିସାରିଲାଣି,ଏଇ ଚଣ୍ଡୀଗଡ଼ ଲବି ଚାହୁଁନଥିଲେ ଭାରତ କେବେ ଆତ୍ମନିର୍ଭର ହେଉ,ଛୋଟରୁ ଛୋଟସାମରିକ ଆବଶ୍ୟକତା ନିମନ୍ତେ ବିଦେଶ ଉପରେ ନିର୍ଭରକରୁ,କାରଣ ବିଦେଶରୁ ସାମରିକସରଞ୍ଜାମ ଆମଦାନୀରେ ପ୍ରଭୁତ ଲାଞ୍ଚ କାରବାର ହୁଏ,ଏଇ ଚଣ୍ଡିଗଡ ଲବି ଥିଲା ତାର ମୁଖ୍ୟ ହିତାଧି- କାରୀ।ସ୍ବାଧୀନତା ପରବର୍ତ୍ତୀ କାଳରେ ସବୁ ସାମରିକ ପଦାର୍ଥ ବିଦେଶରୁ ଆମଦାନୀ ହେଉ ଥିଲା,ବାର୍ଷିକ ପ୍ରାୟ ୧ ଲକ୍ଷ କୋଟିର କାରବାର ହେଉଥିଲା,ସେଥିରେ ୧୦% ଯଦି ମିଳେ ତା ହେଲା ୧୦,୦୦୦କୋଟି,ମାତ୍ର ପ୍ରକୃତ କମିଶନି ଥିଲା ଏହାଠୁ ଯଥେଷ୍ଟ ବେଶୀ,ତେଣୁ ଏତେ ପରିମାଣର ଅର୍ଥ ହାତରୁ ।ଖସିଗଲେ ଯିଏ ହେଲେ ବିଚଳିତ ହେବ,ସିଏ ତ ସେନାର ଉଚ୍ଚାଧିକାରୀ ! ସେଥିପାଇଁ ସେମାନେ ବିରୋଧୀମାନଙ୍କୁ ମୋଦୀ ଭକ୍ତ ଏବଂ ମିଡ଼ିଆକୁ ଗୋଦୀ ମିଡିଆ କହନ୍ତି,ଏହାଦ୍ଵାରା ଦେଶର ଭାବମୂର୍ତ୍ତି ନଷ୍ଟହେଉଛି,ସାମୟିକ ଭାବେ କୋଉଦଳ ଫାଇଦା ପାଇ ପାରେ ।ମାତ୍ର ସେମାନେ ମନେ ରଖିବା ଉଚିତ୍ ଯେ ଉପରକୁ ଛେପ ପକାଇଲେ ଆଗେ ନିଜ ଉପରେ ପଡ଼ିବ !ବର୍ତ୍ତମାନ ମୋଦୀ ଓ ଭାରତ ଯୋଉ ସ୍ତରକୁ ଗଲେଣି ତମେ ଚାହିଁଲେ ମଧ୍ୟ କିଛି ଫରକ ପଡ଼ିବନି ।କାରଣ ଭାରତ ଏବେ ଆତ୍ମନିର୍ଭର ଦିଗରେ ଆଗେଇ ଚାଲିଛି,ଏହା ଏଵେ ପୂର୍ବ ଅପେକ୍ଷା ଯଥେଷ୍ଟ ଶକ୍ତିଶାଳୀ ଓ ଅର୍ଥନୀତିରେ ଢେର ଆଗରେ, ଏକ ବୃହତ ଶକ୍ତି କହିଲେ ଚଳେ !ଅନେକ ଦେଶ ଏବେ ଭାରତକୁ ସମ୍ମାନର ସହ ଦେଖନ୍ତି, ସଦ୍ୟ ଋଷ-ୟୁକ୍ରେନ ଯୁଦ୍ଧ କେବଳ ଭାରତ ରୋକିପାରିବ ବୋଲି ଆମେରିକୀୟ ପ୍ରତିନିଧି କହିଛନ୍ତି,ଭାରତ ଏବର୍ଷ ଜି-୨୦ ଓ ଏସସିଓ ଦେଶ ସମୁହର ଅଧ୍ୟକ୍ଷ ।ମୋଦୀ ତ ବିଶ୍ଵର ଅନେକ ଦିଗ୍ଗଜ ନେତାଙ୍କୁ ପଛରେ ପକାଇ ୭୬% ମତ ସହ ସର୍ବାଧିକ ଜନପ୍ରିୟ ରାଷ୍ଟ୍ର ନାୟକ।ତେଣୁ ଏଇ ବିଭୀଷଣ,ଜୟଚନ୍ଦ୍ରମାନେ ପାହାଡକୁ ଟେକା ମାରୁଥାନ୍ତୁ,ନଚେତ୍ ଗୋଟେ ଏତେ ବଡ଼ ଟିଙ୍କ ଭଳି ରକ୍ତଶୋଷା ଜାତି ଅଛି ବୋଲି ଲୋକ ଜାଣିବେ କେମିତି ?
ଲେଖକ : ଜୟନ୍ତ ପଟ୍ଟନାୟକ