
ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନ ସଂକ୍ରମଣ ଓ ସଚେତନତା ଲାଗି ବିଳମ୍ବରେ ହେଲେ ମଧ୍ୟ ଜିଲା ପ୍ରଶାସନ ଜଳେଶ୍ୱରର ସମାଜ କଲ୍ୟାଣ ବିକାଶ ପରିଷଦର କେତେକ ଦାବିକୁ ଗ୍ରହଣ କରିଥିବାରୁ ସଂଗଠନ ପକ୍ଷରୁ କୃତଜ୍ଞତା ଜଣାଇ ଦିଆଯାଇଛି । କୋଭିଦ୍ -୧୯ର ବିପଦ ସଂପର୍କରେ ସଂଗଠନ ପକ୍ଷରୁ ଅତୀତରେ ଏକ ବୈଠକରେ ବିଶେଷ ଆଲୋଚନା କରାଯାଇ ବିଶ୍ୱର କେତେଜଣ ଦାର୍ସନୀକ, ବିଶେଷଜ୍ଞ ଓ ଡବ୍ଉ୍ୟଏଚ୍ଓର ମତାମତ ନେଇ ଏହାର ସୁପରିଚାଳନା ଲାଗି ଜିଲା ପ୍ରଶାସନ ନିକଟରେ କେତେକ ମତାମତ ରଖିଥିଲେ । ସମଗ୍ର ମ୍ୟୁନିସିପାଲଟିର ୧୭ଟି ୱାର୍ଡକୁ ସ୍ୱଚ୍ଛ ଓ ବିଶୋଧନ କରିବା, ଦୈନିକ ବଜାରକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନ ରଖି ଜଳେଶ୍ୱର ବଡବଜାର ଠାରୁ ଷ୍ଟେସନ ବଜାର ଯାଏ ସାମାଜିକ ଦୂରତା ରକ୍ଷା କରି ରାସ୍ତାକଡରେ ବସାଇବା, ମାଛ ହାଟକୁ ଜଳେଶ୍ୱର ବଡପୋଲ ଗ୍ରୀନ୍ରେ କୋଠାର ସମ୍ମୁଖରେ ବସାଇବା, ବ୍ୟାପକ ସ୍ୱାବ ଟେଷ୍ଟ କରାଯାଇ ନିରାକରଣ କରିବା, ଜଳେଶ୍ୱର ସହରର ପ୍ରବେଶ ପଥକୁ ସୀଲ କରାଯାଇ ପୁଲିସ୍ ହେପାଜତ୍ରେ ରଖିବା ଭଳି କେତେକ ପ୍ରସ୍ତାବ ସରକାରଙ୍କୁ ଗତ ଏପ୍ରିଲ ମାସରେ ଦିଆଯାଇଥିଲା । କିନ୍ତୁ ସେତେବେଳେ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇନଥିବା ବେଳେ ଏବେ ପାଳନ କରିଥିବାରୁ ସଂଗଠନ ପକ୍ଷରୁ ସଂପାଦକ ବରିଷ୍ଠ ଆଇନ୍ଜିବୀ ରାମଚନ୍ଦ୍ର ଜେନା, ଶରତ ଚନ୍ଦ୍ର ପରିଡା, ଶତୃଘ୍ନ ଦଳେଇ, ଆଦିତ୍ୟ ନାରାୟଣ ପାତ୍ର, ସତ୍ୟନାରାୟଣ ଦାସ, ଶଶାଙ୍କ ଶେଖର ମହାନ୍ତି ପ୍ରମୁଖ ସଦସ୍ୟମାନେ ଜିଲାପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା