ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ବିଶିଷ୍ଟ ଜନନାୟକ, ସମାଜସେବୀ, ୪ଥରର ବିଧାୟକ ପ୍ରଶନ୍ନ ପାଳଙ୍କ ୧୬ତମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା ରାଜପୁର (ବାଘାବାଳୀ) ଛକଠାରେ ତାଙ୍କ ପ୍ରତିମୂର୍ତ୍ତି ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ମତିକମିଟିର ଟ୍ରଷ୍ଟି ତନ୍ମୟାନନ୍ଦ ପାଳ ଅଧ୍ୟକ୍ଷତା କରି ଉଦ୍ଦେଶ୍ୟ ଜ୍ଞାପନ ଓ ସ୍ମତିଚାରଣ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ କବି କାଳିପଦ ପଣ୍ଡା ଯୋଗ ଦେଇ ଜଳେଶ୍ୱର ବାସୀ ସ୍ୱର୍ଗତ ପ୍ରଶନ୍ନ ପାଳଙ୍କ ସଂଗ୍ରାମୀ ଜୀବନ, ଉଚ୍ଚ ଶିକ୍ଷିତ ଏବଂ ବିଧାନସଭାରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଆସୁଥିଲେ ମଧ୍ୟ ଉଚିତ୍ ସମ୍ମାନ ପ୍ରଦର୍ଶନ କରିନାହାନ୍ତି । ଜଳେଶ୍ୱରରେ ବହୁ ବ୍ୟକ୍ତି ସାଂସ୍କୃତିକ ଓ ସାମାଜିକ ସଂଗଠନ ଥିଲେ ମଧ୍ୟ ଲଗାତର ୧୮ବର୍ଷର ବିଧାୟକ ପ୍ରସନ୍ନ ପାଳଙ୍କୁ ପୂଜ୍ୟପୂଜାରେ ବ୍ୟତିକ୍ରମ କରିଥିବା ଶ୍ରୀ ପଣ୍ଡା କହିଛନ୍ତି । ଜଳେଶ୍ୱର, ବାଲିଆପାଳ ଅଂଚଳରୁ ୨ୟ ବିଧାୟକଭାବେ ନିର୍ବାଚିତ ହୋଇ ଶିକ୍ଷା ଅନୁଷ୍ଠାନ, ରାସ୍ତାଘାଟ, ପିଇବାପାଣି ସମସ୍ୟା ଦୂର, ସର୍ବୋପରି ଲୋକହିତକର କାର୍ଯ୍ୟ କରି ଆଜିବି ଅମର ରହିଛନ୍ତି । ମୁଖ୍ୟବକ୍ତା ଭାବେ ଗବେଷକ ଡ. ଶ୍ରୀକାନ୍ତ ପାତ୍ର ଯୋଗଦେଇ ସ୍ୱର୍ଗତ ପାଳଙ୍କ ସ୍ମୃତିଚାରଣ କରି ଜଳେଶ୍ୱରର ନୂଆବାଜର ଓ ବଡବଜାରସ୍ଥିତ ହାଇସ୍କୁଲର ସେହି ଥିଲେ ବିନ୍ଧାଣୀ ଓ ମୋଟରେ ୧୧ଟି ଉଚ୍ଚ ବିଦ୍ୟାଳୟ ସ୍ଥାପନ କରି ଶିକ୍ଷାର ପ୍ରଦୀପ ଜାଳିଥିଲେ । ଶିଖରପୋଲ ଲାଗି ସରକାରଙ୍କ ଠାରେ ଦାବି ଉପସ୍ଥାପନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସେ ଅଗ୍ରଗଣ୍ୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଶତୃଘ୍ନ ରାଉଳ, ସୁଶାନ୍ତ ମହଲା, ଅଶୋକ ବେରୋ, ବିଷ୍ଣୁପ୍ରସାଦ ପାଳ, ଜଳଧର ଭଂଜ, ମହେଶ କୁମାର ପାଳ, ଅମ୍ରିତ ପାଳ, ବକ୍ତବ୍ୟ ରଖି ୧୬ଶହ ଶତାବ୍ଦୀର କବି ଦିନକୃଷ୍ଣ ଓ ସ୍ୱାଧିନତାପରେ ଜନନାୟକ ପ୍ରଶନ୍ନପାଳଙ୍କ ପ୍ରତିମୂତ୍ତି ତଥା ରାଇବଣିଆ ଦୁର୍ଗର ଅବିକଳ ପ୍ରାଚୀର ଜଳେଶ୍ୱର ରେଳ ଷ୍ଟେସନ ପ୍ରାଚୀର ପ୍ରତିଷ୍ଟା କରିବାକୁ ଦାବି କରିଥିଲେ ।
ରିପୋର୍ଟ : ଭୂପତି ପରିଡା