ବିଶିଷ୍ଟ ଶିକ୍ଷକ ଓ ସଂଗଠକଙ୍କ ପରଲୋକ : ଜଳେଶ୍ୱର ଓ ରାଇବଣିଆରେ ଶୋକ..

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକାଧାରରେ ଜଣେ ପ୍ରବୀଣ ଶିକ୍ଷକ, ସଂଗଠକ, ସଂସ୍କାରକ, ଅନୁଷ୍ଠନ ପ୍ରେମୀ ପୁରଞ୍ଜନ ପଟ୍ଟନାୟକଙ୍କ ୭୦ ବର୍ଷ ବୟସରେ ଗତ ୧ ତାରିଖ ରାତ୍ରୀ ୯.୦୫ ମିନିଟ୍‌ରେ ପରଲୋକ ହୋଇ ଯାଇଛି । ସେ ଦୀର୍ଘବର୍ଷ ଧରି ଯକୃତ ଜନୀତ ରୋଗରେ ପିଡିତ ଥିଲେ । ହାତୀଗଡ ହାଇସ୍କୁଲରେ ହିନ୍ଦି ଶିକ୍ଷକ ଭାବେ ଚାକିରି ଆରମ୍ଭ କରିଥିଲେ ମଧ୍ୟ ପରେ ସେ ସେହି ସ୍କୁଲରେ ପ୍ରଧାନ ଶିକ୍ଷକକୁ ଉନ୍ନିତ ହେବା ସହିତ ୨୦୧୨ ଏପ୍ରିଲ ୩୦ରେ ଅବସର ଗ୍ରହଣ କରିଥିଲେ । ସେ ଓଷ୍ଟାର ରାଇବଣିଆ ମଣ୍ଡଳ, ପଞ୍ଚୁଘଣ୍ଟା ମକରମେଳା କମିଟି, ଶିଦ୍ଧେଶ୍ୱର କ୍ଲବ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବାରୁ ପରେ ସେହିସବୁ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିଲେ । ସେ ଶାସନବାର୍ଡ ସ୍ଥିତ ସିଦ୍ଧେଶ୍ୱର କ୍ଲବର ପ୍ରତିଷ୍ଠାତା ସଂପାଦକ ହୋଇଥିଲେ । ମୃତ୍ୟୁ ବେଳେ ତାଙ୍କ ନିକଟରେ ସ୍ତ୍ରୀ, ପୁଅ, ଝିଅ, ବୋହୂ, ଜ୍ୱାଇଁ, ନାତି ନାତୁଣୀଙ୍କ ସହିତ ଗ୍ରାମ୍ୟ ମୁଖ୍ୟ ଓ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ । ତାଙ୍କୁ ପୁରୀର ସ୍ୱର୍ଗ ଦ୍ୱାରରେ ତାଙ୍କ ପୁଅ ମୁଖାଗ୍ନି ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା