ବିଶ୍ବ ନିକେତନରେ ଆନ୍ତର୍ଜାତିକ ଜରା ଦିବସ ପାଳିତ

ବ୍ରହ୍ମପୁର (ସମୃଦ୍ଧଓଡିଶା) ଆନ୍ତର୍ଜାତିକ ଜରା ଦିବସ ପାଳନ ଅବସରରେ ମହାନ୍ ସଂଘ ଦ୍ୱାରା ପରିଚାଳିତ ରାମଚନ୍ଦ୍ର ପୂର୍ ସ୍ଥିତ ଜରା ନିବାସରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ପାଳନ କରାଯାଇଥିଲା ଏହି ଅବସରରେ ମୁଖ୍ୟ ଚିକତ୍ସାଧିକାରୀ ଡ ସନ୍ତୋଷ କୁମାର ପାଢ଼ୀ ଯୋଗଦେଇ ଅନ୍ତେବାସୀ ଙ୍କୁ ସ୍ବାସ୍ଥ୍ୟ ଜୀବନ ଯାପନ ଉପରେ ପରାମର୍ଶ ଦେବା ସହ ବିଶ୍ବ ନିକେତନ ଓ ମହାନ୍ ସଂଘ୍ ପକ୍ଷ ରୁ ନିଜସ୍ଵ ଉଦମ୍ୟ ରେ ଅସହାୟ ବରିଷ୍ଟ ଙ୍କୁ ସୁନ୍ଦର ଭାବେ ଥଇଥାନ କରାଯାଉଥିବାରୁ ପ୍ରଶଂସା କରିଥିଲେ। ବିଶ୍ବ ନିକେତନ ପ୍ରତିଷ୍ଠାନ ର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଯୋଗଦେଇ ବିଭାଗର ଜନ ହିତ କର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ବିଭାଗ ପକ୍ଷ ରୁ ସିଡିଏମ ଏକ ଗ୍ୟାସ ଚୁଲା ଓ ଫଳ ବଣ୍ଟନ କରିଥିଲେ। ଏହି ଅବସରରେ ଏନ ସି ଡ଼ି ଆସିଷ୍ଟାଣ୍ଟ ମେନଜର ମିସ ବନିବନ୍ଦନ ଜେନା, ବର୍ଣ୍ଣ ଡିଯିଯ କଂନସଲଟ ଶ୍ରୀ ସୁଜିତ କୁମାର କାର୍ଜି ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ : ସୁଶାନ୍ତ ସାବତ