ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ୧୯୮୭ରୁ ପ୍ରତିବର୍ଷ ମେ ୩୧ରୁ ବିଶ୍ୱ ତମାଖୁ ବର୍ଜନ ଦିବସ ରୁପେ ଆମେ ପାଳନ କରୁଛେ । ସାରା ବିଶ୍ୱ ବି ପାଳୁଅଛି ଏହି ଦିନରେ ଚବିଶ ଘଣ୍ଟା ପର୍ଯ୍ୟନ୍ତ କୈଣସି ଧରଣ ସମସ୍ତ ତମାଖୁ ସେବନ ନ କରିବା ପାଇଁ ଜନ ସଚେତନତା କରିବା ସହ ଲୋକଙ୍କୁ ଉତ୍ସାହିତ କରାଇବା ଓ ଏହାର କ୍ଷତିକାରକ ଦିଗ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ସଚେତନାତା ଆଣିବା ଉକ୍ତ ଦିବସ ପାଳନର ମୁଳ ଲକ୍ଷ । ମୁଖ୍ୟତଃ ଆଜିର ଯୁବପିଢୀ ହିଁ ତମାଖୁର ପ୍ରଥମ ଶିକାର ହେଉଛନ୍ତି । ତମାଖୁ ଅନେକ ପ୍ରକାର ରହିଛି ଆମେ ସମସ୍ତେ ଜାଣିଛେ ଯେପରି ବିଡି, ସିଗାରେଟ, ଗଂଜେଇ, ଗୁଟ୍ଖା, ଜର୍ଦ୍ଦା, ଗୁଣ୍ଡି ଭଳି ବ୍ୟବହାର ହୋଇଥାଏ । ତମାଖୁରେ ୭ ହଜାରରୁ ଅଧିକ ବିଷାକ୍ତ ପଦାର୍ଥ ରହିଥାଏ । ତହିଁରୁ ୬୦ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ । ତମାଖୁ ସେବନ ଦ୍ୱାରା ମୁଖ୍ୟତଃ ଫୁସଫୁସ, ମୁଖ ଗହ୍ୱର, ଜିଭ, ବାକ୍ ଯନ୍ତ୍ର ଓ ମୁତ୍ରାଶୟରେ କର୍କଟ ରୋଗ ଦେଖାଦେଇଥାଏ । ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଓ ଜୀବନ ଉପରେ ପ୍ରଭାବ ପକାଇଥାଏ । ଗର୍ଭପାତ, ସମୟ ପୂର୍ବରୁ ଜନ୍ମ ଓ ମୃତ ଛୁଆ ମଧ୍ୟ ଜନ୍ମ ହେବାର ଆଶଙ୍କା ବହୁତ ରହିଛି । ତମାଖୁ ସେବନର ମୁଖ୍ୟ ବଡ ରୋଗ ହେଉଛି କର୍କଟ । ଉଭୟ ଯୁବ ପିଢ଼ି ଓ ବୟସ୍କ ଲୋକ ବିଭିନ୍ନ ପ୍ରକାର ତମାଖୁ ସେବନ କରି କର୍କଟରେ ଆକ୍ରାନ୍ତ ହେଉଛନ୍ତି । ତମାଖୁର ଭୟାବହତା ଏତେ ଭୟଙ୍କର ଆପଣ ଭାବିପାରିବେନି । ତାକୁ ନେଇ ଆମର ସଚେତନତା ଜେତେ ସୃଷ୍ଟି କରାଯାଉଥିଲେ ମଧ୍ୟ ତାହା ଫଳଶୂନ୍ୟ ହେଇଯାଉଛି । ଯାହାଫଳରେ ପ୍ରତି ବର୍ଷ ତମାଖୁ ସେବନର ପରିମାଣ ବଢ଼ିବାର ଲାଗିଛି ଏତେ ପରିମାଣରେ କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହି ତମାଖୁ ବଜାରରେ ଅତି ସହଜରେ ମିଳୁଛି ଆଜିର ଯୁବ ପିଢୀ ଏହାକୁ ରସଗୋଲା ପରି ଅତି ସୁନ୍ଦର ଭାବରେ ଖାଇ ଚାଲିଛନ୍ତି । ନିୟମରେ କଠୋରତା କମ ରହିଥିବାରୁ ପ୍ରତିବର୍ଷ ଏହାର ସେବନ ଦ୍ୱାରା ଅନେକ ସୁନ୍ଦର ସଂସାର, ଘର ପରିବାର ଉଜୁଡି ଯାଉଛି । ଏଣୁ ଆଜିର ଯୁବ ପିଢୀ ଓ ଗୁରୁଜନ ମାନଙ୍କୁ ମୋର ହାତ ଜୋଡି ନିବେଦନ ଏତିକି ଅନୁରୋଧ କରୁଛି ଏପରି ମୃ୍ତ୍ୟୁମୁଖକୁ ଟାଣୁଥିବା ଓ ନଜଲୋକଙ୍କୁ ଦୁରେଇ ଯାଇ ନେଇ ଯାଉଥିବା ତମାଖୁ ବର୍ଜନ କରିବା ପାଇଁ ଆସନ୍ତୁ ଆଜିର ଦିନରେ ପ୍ରତିଜ୍ଞା କରିବା । ନିଷା ନିବାରଣ କରନ୍ତୁ । ନିଷା ଠୁ ଦୁରେଇ ରୁହନ୍ତି । ସୁନ୍ଦର ପରୀବାର ଜିବନ ଜାପାନ କରନ୍ତୁ ।
ଲେଖକ : ବଳରାମ ତରାଇ, ଖୋର୍ଦ୍ଧା