

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ତା ୫ ଜୁନ ବିଶ୍ୱ ପରିବେଶ ଦିବସ । ଏହି ଦିବସ ଉପଲକ୍ଷେ ଆମ ଚତୁପାର୍ଶ୍ଵରେ ଥିବା ପରିବେଶର ସନ୍ତୁଳନ ରକ୍ଷା ନିମନ୍ତେ ଯୁବକ, ଛାତ୍ରମାନଙ୍କ ସହଯୋଗରେ ଛତ୍ରପୁରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହ ଲୋକମାନଙ୍କୁ ଏହି ବିଷୟରେ ସଚେତନ କରାଇଥିଲେ । ଏହି ରୋପଣ କାର୍ଯ୍ୟକ୍ରମରେ ସୁବୋଧ ସୁମନ ସ୍ୱାଇଁ, ଦୀପକ ରାଉଳ, ରୁଦ୍ରେଶ୍ୱର ବେହେରା, ମାଧବ କାୟା, ବାଲିଆ ବେହେରା, ଅଭିଷେକ ପଟ୍ଟନାୟକ, ରାଜୁ ରେଡ୍ଡୀ, କୃଷ୍ଣ ପ୍ରଧାନ, ନୃସିଂହ ପଣ୍ଡା, ଲସିତ, ଶାସିତ ସାହୁ, ସିପୁ, ଅରୂପ, ଭିକି, ଆଶିଷ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
