

ରମ୍ଭା (ସମୃଦ୍ଧ ଓଡିଶା) ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ୧୬ ନଂ ଜାତୀୟ ରାଜପଥ ନାରାୟଣୀପାଟଣା ଠାରେ ମସ୍ଥ୍ୟଜୀବୀ ସଙ୍ଘଠନର ଭୀମସେନ ବେହେରା, ଗଣପତି ଆଇଟିଆଇର ମୋଚିରାମ ବେହେରା, ଗାୟିତ୍ରୀ ପରିବାରର ପଞ୍ଚାନନ ଖଟୁଆ, ଉମା ଚରଣ ସାହୁ, ଶେଷଦେବ ବେହେରାଙ୍କ ସହଯୋଗରେ ନିମନ୍ତ୍ରିତ ଫରେଷ୍ଟ ଅଫିସର ନଗେନ୍ଦ୍ର କୁମାର ପଣ୍ଡାଙ୍କ ଉପସ୍ଥିତରେ ଗଛ ଚାରା ପ୍ରଦାନ କରାଯାଇ ବୃକ୍ଷରୋପଣ କରାଯାଇଥିଲା । ଆଜି ବିଶ୍ୱ ପରିବେଶ ଦିବସ ଓ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଯୋଗୁଁ ବୃକ୍ଷରୋପଣ କରାଯାଇଥିବାରୁ ଏହାର ରକ୍ଷଣା ବେକ୍ଷଣା ବିଷୟରେ ସଚେତନ କରାଯାଇଥିଲା । ଏଥିରେ ବେଣୁଧର ବେହେରା, ବୁଦ୍ଧିଆ ବେହେରା, ଜଗମୋହନ ବେହେରା, ନାରାୟଣ ବେହେରା, ବିଦୁର ବେହେରାଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


