



ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ସିଟି ହାଇସ୍କୁଲ ଖେଳ ପଡିଆରେ ବିଶ୍ୱ ଭିନ୍ନକ୍ଷମ ଦିବସ ଶ୍ରବଣ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ଼. ସନାତନ ପଣ୍ଡା, ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଡ଼. ବୃନ୍ଦାବନ ମିଶ୍ର, ରଶ୍ମିତା ପଣ୍ଡା, କୁକୁଡ଼ାଖଣ୍ଡି ବିଇଓ ଏସ. ଗିରିଧର, ବରିଷ୍ଠ ଶିକ୍ଷାବିତ କେ. କୂଷ୍ଣମୁର୍ତ୍ତି, ପ୍ରଫୁଲ ଜଗନ୍ନାଥ ପାଢ଼ୀ, ଲଡୁକେଶ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଶିକ୍ଷାଧିକାରୀ, ଶଶି ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ ସହ ଉତ୍ସାହିତ କରିଥିଲେ । ଏହି ବାର୍ଷିକ ଉସବରେ ରଙ୍ଗବତୀ ଗୀତର ଜିତେନ୍ଦ୍ର ହରିପାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ଦାସ ସଭା ପରିଚାଳନା କରିଥିବା ବେଳେ ଏଥିରେ ସର୍ବଶ୍ରୀ ସୁମିତ୍ରା ନାୟକ, ସୁକୁମାର ଦାସ, ଅଳକା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ନିତ୍ୟାନନ୍ଦ ବୈଦୀ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


