ଆଜି ମଇ ୧ ଯାହାକୁ ସାରା ବିଶ୍ଵରେ ଶ୍ରମିକ ଦିବସ ରୁପେ ପାଳନ କରାଯାଏ । ଆଜିକାଲି ଶ୍ରମିକ କହିଲେ ସେହି ମାନଙ୍କୁ ବୁଝାଏ ଯେଉଁ ମାନେ ଗରିବ ଶ୍ରେଣୀ ଯେଉଁମାନେ ଖରା ତରାରେ ନିଜର ରକ୍ତ ନିଗିଡା ଝାଳ ବୁହାଇ କାମ କରିଥାଆନ୍ତି । ନାଁ ସେଇ ମାନେ କେବଳ ଶ୍ରମିକ ନୁହଁନ୍ତି । ଏଠି ପ୍ରତ୍ୟକ ମଣିଷ ଶ୍ରମିକ ଯେଉଁ ମାନେ ନିଜ ନିଜର ପରିଶ୍ରମ କରନ୍ତି ଏବଂ ପାରିଶ୍ରମିକ ନେଇଥାନ୍ତି ତ ଏ ଅଫିସର ଫାଇଲ ବୋହିବା ଠାରୁ ଆରମ୍ଭ କରି ଏସି ରୁମ୍ ରେ ବସି କାମ କରିବା ଠାରୁ ଆରମ୍ଭ କରି ଚାଷ ଜମିରେ କାମ କରୁଥିବା କୃଷକ ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତି ଜଣେ ଜଣେ ଶ୍ରମିକ । ସେହିମାନଙ୍କୁ ସମ୍ମାନ ଦେବା ପାଇଁ ମଇ ୧କୁ ଶ୍ରମିକ ଦିବସ ପାଳନ କରାଯାଏ । ଭାରତରେ ଲେବର କିଷାନ ପାର୍ଟି ଅଫ୍ ହିନ୍ଦୁସ୍ଥାନ ୧ ମଇ ୧୯୨୩ରେ ମଦ୍ରାସା ଚେନ୍ନାଇରେ ସୃଷ୍ଟି ହୋଇଥିଲା ଏବଂ ଅନ୍ତରାଷ୍ଟିୟ ଏହା ୧ ମଇ ୧୯୮୬ରେ ଅନୁଷ୍ଠିତ ହୋଇଥିଲା । ଆମେରିକାର ଶ୍ରମିକ ସଂଘ ଏକ ନିଷ୍ପତି ନେଲେ ଯେ ୮ ଘଣ୍ଟାରୁ ଅଧିକ କାମ କରିବେ ନାହିଁ । ଯାହା ବିରୁଦ୍ଧରେ ଏକ ହରତାଳ ମଧ୍ୟ ହେଲା । ଯାହା ଫଳରେ ଚିକାଗୋର ଏହେ ମାକେର୍ଟରେ ବମ୍ ବ୍ଲାଷ୍ଟ ହେଲା ଯାହା ଦ୍ୱାରା କି ପୋଲିସ ମାନେ ଶ୍ରମିକ ମାନଙ୍କ ଉପରକୁ ଗୁଳି ଚାଳନା କଲେ ଯାହା ଦ୍ୱାରା ବହୁତ ଶ୍ରମିକଙ୍କ ମୁତ୍ୟୁ ହେଲା ଏବଂ ଶହ ଶହ ଶ୍ରମିକ ମଧ୍ୟ ଆହାତ ମଧ୍ୟ ହେଲେ । ଏହା ପରେ ୧୮୮୯ରେ ଅନ୍ତରାଷ୍ଟ୍ରିୟ ସମାଜ ବାଦି ସମ୍ମିଳନିରେ ଘୋଷଣା ହେଲା କି ମଇ ୧ ଶ୍ରମିକ ଦିବସ ରୂପରେ ପାଳନ କରାଯିବ ଏବଂ ଏହି ଦିନ ଶ୍ରମିକମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଛୁଟି ବି ଘୋଷଣା କରାଗଲା । କିନ୍ତୁ ଆଜିକାଲି ସେହିମାନଙ୍କୁ ଶ୍ରମିକ କୁହା ଯାଉଛି ଯେଉଁମାନେ ଖରା, ତରା, ଶିତ, କାକର, ବର୍ଷା ବାହାରେ ଦାଦନ ଖଟୁଛନ୍ତି ବିଭିନ୍ନ ପ୍ରକଳ୍ପରେ କାମ କରୁଛନ୍ତି ସେମାନଙ୍କ ଉପରେ ବହୁତ ଅକଥନିୟ ନିର୍ଯ୍ୟାତନା ଦିଆଯାଉଛି ତାଙ୍କୁ ଉଚିତ ପାରିଶ୍ରମିକ ଦିଆଯାଉନାହିଁ ସେହିମାନଙ୍କ ପାଇଁ କିଛି ଶ୍ରମିକ ସଂଘ ଆଗକୁ ବାହାରକୁ ଆସୁଛନ୍ତି ସେମାନଙ୍କର ସ୍ୱର ଉଠାଉଛନ୍ତି କିନ୍ତୁ କିଛି ପ୍ରଭାବ ପଡିବା ଆଗରୁ ପଇସା ଥିବା ବଡ ବଡ ବାବୁମାନେ ନେତା ରାଜ ନେତାଙ୍କ ଦ୍ୱାରା ସରକାରଙ୍କ ସହ ସାଲିସ୍ କରି ନିର୍ଯ୍ଯାତିତ ଶ୍ରମିକ ମାନଙ୍କ ସ୍ୱରକୁ ଚାପି ଦେଉଛନ୍ତି । ଯେଉଁ ଥିରେ ଶ୍ରମିକମାନେ ନିଜ ନିଜର ଅସୁବିଧାର ସମାଧାନ ନ କରିପାରି ପୂର୍ବଭଳି କାମ କରିବାକୁ ବାଧ୍ୟ ହେଉଛନ୍ତି । ସବୁ ସ୍ଥାନରେ ଶ୍ରମିକ ମାନଙ୍କ ପାଇଁ ଶ୍ରମିକ ସଂଗଠନ ରସିଛି କିନ୍ତୁ ଦେଶର ଶାସନ ଭାର ସମ୍ଭାଳୁ ଥିବା ଶାସନ କର୍ତ୍ତା ମାନେ ଶ୍ରମିକ ମୁଖିଆଙ୍କ କଳେ ବଳେ କୌଶଳେ ତାଙ୍କ ହାତ ମୁଠାରେ ରଖି ଶ୍ରମିକ ମାନଙ୍କ ଦୁଃଖ କଷ୍ଟକୁ ଭୁଲି ଯାଉଛନ୍ତି । ଆମ ଦେଶରେ ଶ୍ରମିକ ମାନଙ୍କ ଭିତରେ ୬୦ ଭାଗ ଶ୍ରମିକ ସେହିମାନେ ଯେଉଁମାନେ ଖରା, ବର୍ଷା, ଦିନ, ରାତି, ଶିତ, କାକର, ବିଭିନ୍ନ ଖଣି ଖାଦାନ ବିଲ ବାଡିରେ ପରିଶ୍ରମ କରି ଦେଶର ଆର୍ଥିକ ମାନଦଣ୍ଡ ସହିତ ଦେଶ ଗଠନ ରେ ପ୍ରମୁଖ ଭୁମିକା ଗ୍ରହଣ କରୁଛନ୍ତି । ଆଜିକାଲି ବହୁଳ ଭାବେ ଚାଲୁଥିବା ଶିଶୁ ଶ୍ରମିକ ସବୁଠୁ ଅଧିକ ନିର୍ଯ୍ୟାତିତ ହେଉଛନ୍ତି । ସେମାନଙ୍କ କୋମଳ ହାତରେ କଲମ ଧରିବା ଜାଗାରେ ହାମର ଧରି ତାଙ୍କ ଭବିଷ୍ୟତ୍ ତିଆରି କରୁଛନ୍ତି । ସରକାର ଶିଶୁ ଶ୍ରମିକ ବନ୍ଦ ପ୍ରଥା ଆରମ୍ଭ କରିଥିଲେ ମାତ୍ର ତାହା ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ସରକାର ଏ ସବୁକୁ ଗୁରୁତ୍ୱ ଦେବା ବଦଳରେ ସେମାନଙ୍କର ହିନ ରାଜନୈତିକ ଉଦ୍ଦେଶ୍ୟ ପୁରଣ କରିବାରେ ବ୍ୟସ୍ତ ରହୁଛନ୍ତି । ବର୍ତ୍ତମାନ ସାରାବିଶ୍ଵ କରୋନାର କରାଳ ରୂପରେ ଛଟ ପଟ ହେଉଥିବା ସମୟରେ ସେହି ଶ୍ରମିକ ମାନେ ସବୁଠାରୁ ବେଶି ଦୁଃଖ ଦୁର୍ଦ୍ଦଶାର ସିକାର ହେଉଛନ୍ତି । କରୋନାର ତାଲାବନ୍ଦ ସମୟରେ ଦାଦନ ଖଟିବାକୁ ଯାଇ ବାହାରେ ଫସି ରହିଥିବା ଶ୍ରମିକଙ୍କ ପାଖରେ ନା ଅଛି ଟଙ୍କା, ନା ଅଛି ଖାଦ୍ୟ, ନା ଅଛି ଘର ଦ୍ୱାର, ନା ସେମାନେ ନିଜ ଘରକୁ ଫେରି ପାରୁଛନ୍ତି । ସେମାନଙ୍କ ଦୁଃଖ କଷ୍ଟ ବୁଝିବା ପାଇଁ କେହି ପ୍ରସ୍ତୁତ ନାହାଁନ୍ତି ଖାଲି ପରିହାସର ବିଷୟ କେତେକ କୁଜି ନେତାଙ୍କର କଛି ମନ ବୁଝା ଦାନ ଆଉ ପ୍ରତିବଦଳରେ କିଛି ଛବି ଉତ୍ତୋଳନ କରି ନେତାଙ୍କୁ କହିବେ ଆମେ ଅଛୁ ସେମାନଙ୍କ ସହିତ । ଏହା ହେଉଛି ୨୦୨୦ ମସିହାରେ ପହଞ୍ଚିଥିବା ଦେଶର ଶ୍ରମିକମାନଙ୍କ ପ୍ରକୃତ ଜିବନ । କେବଳ ମଇ ୧କୁ ଛୁଟି ଘୋଷଣା କରିଦେଲେ ଚଳିବ ନାହିଁ । ସେମାନଙ୍କର ପରିବାର ଓ ସେମାନଙ୍କର ପିଲା କଭଳି ଭାବେ ଅଗ୍ରଗତି କରିବେ ସେ ଦିଗରେ ଧ୍ୟାନ ଦେଲେ ଦେଶ ଆହୁରି ସଂଗଠିତ ଏବଂ ଶକ୍ତିଶାଳି ହେବ ବୋଲି ମୋର ଆଶା ଓ ବିଶ୍ଵାସ ।
“ଜୟ ଜବାବ ଜୟ କିଷାନ “
“ଶ୍ରମିକ ଏକତା ଜିନ୍ଦାବାଦ୍”
କାଳିପ୍ରସାଦ ମୁଦୁଲି
ପୂର୍ବତନ ସାଧାରଣ ସମ୍ପାଦକ (ମଧୂସୁନନ ଆଇନ ମହାବିଦ୍ୟାଳୟ, କଟକ)
ବର୍ତ୍ତମାନ ଓଡିଶା ଉଚ୍ଚନ୍ୟାୟାଳୟର ଆଇନଜୀବି
ରିପୋର୍ଟ : ଅକ୍ଷୟ ପଟ୍ଟନାୟକ