ବିଶ୍ୱନାଥ ଏକାଡେମୀରେ ରାୟବାହାଦୁର ବିଶ୍ୱନାଥ ପରିଡାଙ୍କ ୭୩ତମ ଶ୍ରାଦ୍ଧବାର୍ଷିକୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାଧାରଣ ଜୀବନଯାତ୍ରାରୁ ଲୁଣ ବ୍ୟବସାୟ, ଲୁଗା ବ୍ୟବସାୟ ଇତ୍ୟାଦି କରି ତାଙ୍କର ଦୃଢ ସାଧନା, କର୍ତ୍ତବ୍ୟ ପରାୟଣତା ଓ ଜନସେବା ଯୋଗୁଁ ଇଂରେଜ ଅମଳରେ ଜମାଳପୁର ଗାଁର ବିଶ୍ୱନାଥ ପରିଡା ଜଣେ ଜମିଦାର ପାଲଟି ଯାଇପାରିଥିଲେ । ତାଙ୍କ ଆଦର୍ଶ, ଚିନତା ଚେତନା, କତ୍ତ୍ରବ୍ୟପରାୟଣତା ଓ ଲୋକଙ୍କ ସେବା କରିବାର ଇଚ୍ଛା ଆଜି ଅନ୍ୟମାନଙ୍କୁ ଉଦ୍ବୁଦ୍ଧ କରୁବୋଲି ତାଙ୍କର ୭୩ତମ ଶ୍ରାଦ୍ଧବାର୍ଷିକୀରେ ମତପ୍ରକାଶ ପାଇଛି ।
ଆଜି ପୂର୍ବାହ୍ନରେ ସ୍ୱର୍ଗତ ବିଶ୍ୱନାଥ ପରିଡାଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରତିଷ୍ଠିତ ବିଶ୍ୱନାଥ ଏକାଡେମୀ ପରିସରରେ ତାଙ୍କର ୭୩ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇ ଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ଅଜୟ କୁମାର ଦାସ ପୌରହିତ୍ୱ କରି ସୂଚନା ଓ ଆଭିମୂଖ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଭାବେ ଅନୁଷ୍ଠାନର ପୂର୍ବତନ ଛାତ୍ର ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇ ସାଧାରଣ ଜୀବନଯାତ୍ରାରୁ ବ୍ୟବସାୟୀ ବନିଥିବା ବିଶ୍ୱନାଥ ପରିଡା ତାଙ୍କର କର୍ତ୍ତବ୍ୟନିଷ୍ଠା ଦ୍ୱାରା ଇଂରେଜ ମାନଙ୍କ ଠାରୁ ‘ରାୟ ବାହାଦୁର’ ଉପାଧି ପାଇବା ସହିତ ଜମାଳପୁର ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାଣୀ ଚିକିତ୍ସା ଇତ୍ୟାଦିର ଉନ୍ନତି କରିପାରିଥିଲେ ବୋଲି କହିଥିଲେ । ମୁଖ୍ୟ ବକ୍ତାôଭାବେ ସାମ୍ବାଦିକ ଅବନୀ ଚନ୍ଦ ଯୋଗ ଦେଇ ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ତାଙ୍କର ଶିକ୍ଷା ନ ଥିଲେ ମଧ୍ୟ ପ୍ରାଥମିକ ଠାରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଶିକ୍ଷାଦାନ ଦେବାର ବ୍ୟବସ୍ଥା କରାଇବା, ଆଧ୍ୟାତ୍ମିକ ଚିନ୍ତା ଚେତନା ମଧ୍ୟରେ ରହି ଆଞ୍ଚଳିକ ବିକାଶ ଘଟାଇବା, ସର୍ବୋପରି ଇଂରେଜ ମାନଙ୍କୁ ପ୍ରଭାବିତ କରି ସେ ଅଂଚଳରେ ଅନ୍ୟ କେତେକ ଉନ୍ନତିମୂଳକ କାଯ୍ୟ କରିବାରେ ସେ କିପରି ସମର୍ଥ ହୋଇଥିଲେ ତାହା କହିଥିଲେ । ଅତୀତରେ ଆନ୍ତର୍ଜତୀକ କଥାକାର ମନୋଜ ଦାସ , ରାଜ୍ୟ ପୁଲିସ୍ ଡିଜି ଗୋବିନ୍ଦ ସେନାପତି, ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ନବୀନ କୁମାର ପରିଡା, ପୂର୍ବତନ ମନ୍ତ୍ରୀ କୁଆରିଆ ମାଝୀ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ କୃତି ଶିକ୍ଷକ ସୁରେଶ ଚନ୍ଦ୍ର ରଣାଙ୍କ ପରି ବହୁ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ହୋଇ ରାଜ୍ୟ ଓ ରାଜ୍ୟ ବାହାରେ ସୁକ୍ଷାତି ଅର୍ଜନ କରିଥିଲେ । ସମ୍ମାନୀତ ଅତିଥିଭାବେ ସେହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଗିରିଙ୍କ ସୁପୁତ୍ର ଦିଲ୍ଲିପ କୁମାର ଗିରି, ବିଶ୍ୱନାଥ ପରିଡାଙ୍କ ଅଣନାତି ନବୀନ କୁମାର ପରିଡା, ଅଶୋକ କୁମାର ପରିଡା, ବରିଷ୍ଠ ଆଇନ୍ଜିବୀ ରାମଚନ୍ଦ୍ର ଜେନା, ଖଗେନ୍ଦ୍ର ନାଥ ସାହୁ, ରାମକୃଷ୍ଣ ସାହୁ, ମଧୁସୂଦନ ସେନାପତି, ରାଜୀବ କୁମାର ପରିଡା, ଶଶାଂକ ଶେଖର ମହାନ୍ତି, ଶଶଧର ଶାସମଲ, ଜୟଦେବ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ନରେନ୍ଦ୍ର ନାଥ ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଗ୍ରାମବାସୀ, ଅତିଥିବୃନ୍ଦ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ବିଶ୍ୱନାଥ ପରିଡାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା