


ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଶ୍ବାସ ମହାବିଦ୍ୟାଳୟ ତରଫରୁ +୨ ବିଜ୍ଞାନ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ଶୁଭାରମ୍ଭ କଲେଜର ଅଧ୍ୟକ୍ଷ ରାମକୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ କଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷ ଡ଼ଃ ପ୍ରଜ୍ଞାନ ରଞ୍ଜନ ଘଡେଇ ଓ ସମ୍ପାଦିକା ନନ୍ଦିନୀ ଘଡେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ପ୍ରବେଶିକା ପରୀକ୍ଷାର ଉପକାରିତା ଉପରେ ଆଲୋକପାତ କରିଥିଲେ। ଶେଷରେ ଡଃ ବି. ଏଲ୍. ଏସ୍. ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ : ରଜତ କୁମାର ମହାପାତ୍ର