ବୁଗୁଡ଼ାରେ ଠାକୁରାଣୀ ଯାତ୍ରାପାଇଁ ପ୍ରସ୍ତୁତି…

ଛତ୍ରପୁର (ସମୃଦ୍ଧ ଓଡିଶା) ବୁଗୁଡାରେ ଅପ୍ରେଲ ୨୩ତାରିଖରେ ହେବାକୁ ଥିବା ମାଁ ଠାକୁରାଣୀ ଯାତ୍ରାର ପ୍ରଥମ ପ୍ରସ୍ତୁତି ବୈଠକ ଆଜି ବୁଗୁଡା ଏନ.ଏ. ସି ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଠାକୁରାଣୀ ଯାତ୍ରା କମିଟି ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଠାକୁରାଣୀ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ଠାକୁରାଣୀ ଯାତ୍ରା କମିଟିର କାର୍ଯ୍ୟକାରି ସଭାପତି, ସମ୍ପାଦକ, ସମସ୍ତ ସଭ୍ୟ ବୃନ୍ଦ ଓ ବୁଗୁଡା ଥାନା ଅଧିକାରୀଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା