

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ପୌର ପରିଷଦ ଅନ୍ତର୍ଗତ ହରିଜନ ସାହି, ନୂଆ ସାହି ଓ ନେଳିଆ ବନ୍ଧ ସାହିରେ ଶିକ୍ଷୟିତ୍ରୀ କାଦମ୍ବିନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ସମୂହ କୋବିଡ଼ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।8 ନ ୱାର୍ଡ ଅନ୍ତର୍ଗତ ୮୭ଟି ଗୃହର ସର୍ବମୋଟ ୪୬୩ ଜଣଙ୍କର ପରୀକ୍ଷା କରାଯାଇଥିଲା । ଏଥିରୁ ପୁରୁଷ ୧୭୧ ଓ ମହିଳା 19୬ ହୋଇଥିବା ବେଳେ ୯୭ ଜଣ ଶିଶୁ ମଧ୍ୟ ରହିଛନ୍ତି । ସୌଭାଗ୍ୟର ବିଷୟ ଯେ ଏହି ପରୀକ୍ଷାରେ କୌଣସି ସନ୍ଦିଗ୍ଧ ରୋଗୀ ମଧ୍ୟ ଜଣା ପଡିନାହାନ୍ତି । ଏଥିରେ ସ୍ୱାସ୍ଥ୍ୟ କର୍ମୀ ଗୀତାଞ୍ଜଳି ପାତ୍ର, ଅଙ୍ଗନବାଡି କର୍ମୀ କଳ୍ପନା ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା
