![ବୁଗୁଡା ବ୍ଲକରେ କୁସୁମି ସେତୁର ପ୍ରଶସ୍ତିକରଣ କାର୍ଯ୍ୟର ଭୂମିପୂଜା ଓ ଭିତ୍ତି ପ୍ରସ୍ତର ସ୍ଥାପନ…](https://i0.wp.com/www.samrudhaodisha.com/wp-content/uploads/2019/02/WhatsApp-Image-2019-02-12-at-4.10.49-AM-1.jpeg?fit=1024%2C512&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/02/WhatsApp-Image-2019-02-12-at-4.10.49-AM.jpeg?resize=640%2C320&ssl=1)
ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ବଡ଼ଶଙ୍ଖ ଠାରେ ରାଜ୍ୟ ସରକାରଙ୍କ ଯୋଜନା ପାଣ୍ଠିରୁ ବାଲିପଦର କରସିଙ୍ଗି(ରାଜ୍ୟ ରାଜପଥ-୩୩) ଅନ୍ତର୍ଗତ ୧୧/୧୦୦କି.ମି ପାର୍ଶ୍ୱରେ କୁସୁମି ସେତୁର ପ୍ରଶସ୍ତିକରଣ କାର୍ଯ୍ୟର ଭୂମିପୂଜା ଓ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହାକୁ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରକମଳରେ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୁଗୁଡା ଏନଏସି ପୂର୍ବତନ ଉପାଦକ୍ଷ, ଏସଡିଓ, ଜେଇଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା