

ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୋଲସରା ବିଧାୟକ ତଥା ଉନ୍ନୟନ କମିଟିର ସଭାପତି ଶ୍ରୀକାନ୍ତ ସାହୁ ଯୋଗଦେଇ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବୁଦ୍ଧଖୋଲ ଉନ୍ନୟନ କମିଟିର ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ଏହାସହ ଏହି ଅବସରରେ ପୋଲସରା ମେନ ରୋଡ଼ ଠାରେ ନୂତନ ହିରୋ ସୋ ରୁମକୁ ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ହିରୋ ସୋ ରୁମର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା



