ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ବୁଦ୍ଧଖୋଲ ପୀଠରେ ଅନୁଷ୍ଠିତ ବୁଦ୍ଧଖୋଲ ମହୋତ୍ସବରେ ଓଡ଼ିଶାର ବିସ୍ମୟ ବାଳକ ସାଇ ଅନିଶ୍ ଙ୍କୁ ସମ୍ମାନିତ କରାଯାଇଛି । ଗତ ତିନି ଧରି ଚାଲିଥିବା ଏହି ରଙ୍ଗାରଙ୍ଗ ଉତ୍ସବରେ ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ କଳାକାର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟାରେ ସାଇ ଅନିସ୍ ଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଶେଷ ସନ୍ଧ୍ୟାରେ ଓଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଏବଂ ଦୀପ୍ତିରେଖାଙ୍କ ସୁମଧୁର ସଙ୍ଗୀତ ସହିତ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୋନମ୍ ପୋଲାଇ, ବୁଦ୍ଧଖୋଲ ଉନ୍ନୟନ କମିଟି ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାସ, ବୁଗୁଡ଼ା ବ୍ଳକ ଅଧକ୍ଷ୍ୟା ମାମି ସେନାପତି, ଓଲିଉଡ ଫିଲ୍ମ୍ ଜଗତର ପ୍ରଖ୍ୟାତ ହିରୋଇନ୍ ଅର୍ଚ୍ଚିତା ସାହୁଙ୍କ ଉପସ୍ଥିତିରେ ସାଇ ଅନିଶ୍ ଙ୍କୁ ସମ୍ମାନିତ କରା ଯାଇ ଥିଲା । ବିସ୍ମୟ ବାଳକ ସାଇ ଅନିଶଙ୍କ ନାମରେ ଅଛି ୧୧ ଅନ୍ତରାଷ୍ଟ୍ରୀୟ ରେକର୍ଡ , ୩ ଜାତୀୟ ରେକର୍ଡ ତଥା ଅନେକ ଆୱାର୍ଡ଼। ସାଇ ଅନିଶ୍ ବହୁତ୍ କମ୍ ବୟସରୁ ଏତେ ସଫଳତା ପାଇଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ସାଇଙ୍କୁ ପ୍ରଶଂସା କରିଥିଲେ । ସାଇଙ୍କୁ ଏହି ସମ୍ମାନ ତାଙ୍କ ବାପା ସରୋଜ କୁମାର ପଟ୍ଟନାୟକ, ମା ସ୍ୱରୂପା ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଓଲିଉଡ ଫିଲ୍ମ୍ ଜଗତର ପ୍ରଖ୍ୟାତ ହିରୋଇନ୍ ମିସ୍ ଅର୍ଚ୍ଚିତା ସାହୁ ସାଇଙ୍କ ବିଚକ୍ଷଣ ପ୍ରତିଭାରେ ଖୁସି ପ୍ରକାଶ କରିବା ସହ ସାଇଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା