ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ବୃକ୍ଷର ସୁରକ୍ଷା ଓ ପୁନଃ ରୋପଣ ନିମନ୍ତେ ଏକ ଦାବି ପତ୍ର ସ୍ଥାନୀୟ ବ୍ରହ୍ମପୁର ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ-୧ ଓ ୨ ତପନ କୁମାର ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଛି । ସେହି ଦାବୀ ପତ୍ରରେ ଉଲ୍ଲେଖ ଅଛି ଯେ ବ୍ରହ୍ମପୁର ସହରରେ ବହୁ ପୁରାତନ ବୃକ୍ଷ ବିଭିନ୍ନ ରାସ୍ତା କଡରେ ରହିଛି, ସହରକୁ ସବୁଜ ସୁନ୍ଦର, ଅମ୍ଳଜାନ ଓ ପଥଚାରୀଙ୍କୁ ଛାୟା ପ୍ରଦାନ କରୁଛି । ରାସ୍ତା ଉନ୍ନତି କରଣ ନିମନ୍ତେ ବିଭିନ୍ନ ବୃକ୍ଷ ଗୁଡିକୁ ବର୍ଷ ସାରା କଟାଯାଉଛି ଯାହା ଫଳରେ ପରିବେଶ ପ୍ରତି ନକାରାତ୍ମକ ପ୍ରଭାବ ପଡୁଛି । ବିଗତ ଦିନରେ ସବୁଜ ବାହିନୀ ତରଫରୁ ଏକ ଦାବିପତ୍ର ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ଓ ବୃକ୍ଷ ଗୁଡିକୁ ପୁନଃ ରୋପଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ଏବଂ କିଛି ବୃକ୍ଷ ପ୍ରତିରୋପଣ କରାଯାଇଥିଲା କିନ୍ତୁ ଆମ୍ବ ମାର୍କେଟ ମୁଖ୍ୟ ରାସ୍ତାରେ ଉନ୍ନତି କରଣ ନିମନ୍ତେ ଅନେକ ବଡ ବଡ ବୃକ୍ଷ କଟାଯାଉଛି ଯାହାକି ପରିବେଶ ପ୍ରେମୀଙ୍କୁ ମର୍ମାହତ କରୁଛି । ଏହି ସବୁ କାଟିବାକୁ ଚିହ୍ନଟ ହୋଇଥିବା ବୃକ୍ଷକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉ । ଏହି ଦାବୀ ପତ୍ର ପ୍ରଦାନ ବେଳେ ସଂଗଠନ ପକ୍ଷରୁ ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ.ଦିଲ୍ଲୀପ କୁମାର, କୋଷାଧ୍ୟକ୍ଷ ଦିପକ ପାତ୍ର, ପି.ଅରବିନ୍ଦ,ଏ.ପ୍ରକାଶ, କେ.ସୁଶିଲ କୁମାର, ଜି.ସୁନିଲ କୁମାର, ଭେଙ୍କଟ ରାମାଣା, ସୋନୁ ମନ୍ନା, ଜି.ସୁନିଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା