ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଏନଏସ ଅନ୍ତର୍ଗତ ୱାର୍ଡ ନଂ-୮ ପୁଇଁତୋଳା ବାରିକି ସାହିର କୃଷ୍ଣ ପଲାଇ(୮୧)ଙ୍କ ଗତ ଗୁରୁବାର ଦିନ ମୃତ୍ୟୁ ଘଟିଥିଲା । ମୃତକଙ୍କ ଏକମାତ୍ର ଝିଅ ରହିଛି । ଗତ କିଛି ମାସ ତଳେ ତାଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିବା ଯୋଗୁଁ ସେ ସମ୍ପୂର୍ଣ୍ଣ ବେସାହାରା ହୋଇ ପଡ଼ିଥିଲେ । ବୃଦ୍ଧଙ୍କ ମୃତ୍ୟୁ ଖବର ଶୁଣି ସହାୟତାର ହାତ ବଢ଼ାଇଥିଲା ଗଞ୍ଜାମ ବିଜୁ ଯୁବ ବାହିନୀ । ବିଜୁ ଜନତା ଦଳର ଜିଲ୍ଲା ଛାତ୍ର ଉପସଭାପତି ଲିଙ୍ଗରାଜ ମହାପାତ୍ରଙ୍କ ନେତୃତ୍ୱରେ ସମ୍ପାଦକ ରତ୍ନାକର ଦଳାଇ, କରନ କୁମାର ପଲାଇ, ସୁନୀଲ କୁମାର ବାରିକି, ମୁରଲୀ ରେଡ୍ଡୀ, ଗଣେଶ ମହାରଣା ପ୍ରମୁଖ ମୃତ ଦେହକୁ କାନ୍ଧରେ ଋଷିକୂଲ୍ୟା ଘାଟ ସ୍ଥିତ ଶ୍ମଶାନକୁ ନେଇ ସତ୍କାର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଡ ବଜାର ବ୍ୟବସାୟୀ ସଂଘ ସଭାପତି ଗୌରୀ ଶଙ୍କର ବାରିକି, ଜୟକୃଷ୍ଣ ବାରିକି ପ୍ରମୁଖ ସହଯୋଗ କରିଥିଲେ । ତେବେ ଯୁବ ବାହିନୀର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା