

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମଜିଲ୍ଲା ବ୍ଲକ ଅନ୍ତର୍ଗତ କାଇଁଚପୁର ଗ୍ରାମ ବାତ୍ୟା ଆଶ୍ରୟ ସ୍ଥଳିଠାରେ ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ଗୋପାଳପୁର ପ୍ରକଳ୍ପ ଅନୁକୁଲ୍ୟରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗଞ୍ଜାମ ବ୍ଲକ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଜି. ସନ୍ତୋଷ ରେଡି ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ । ଡା. ଯୋଗେନ୍ଦ୍ର ପାତ୍ର, ଡା. ରୀନା ମେହରା, ଡା. ଶାନ୍ତିପ୍ରିୟା ମୁର୍ମୁ, ମେଡ଼ିକା ଭାମ୍ୟ ମାଣ ସ୍ୱାସ୍ଥ୍ୟ ସେବା ଡା. ନିର୍ମଳ ମହନ୍ତ ପ୍ରମୁଖ ସ୍ୱାସ୍ଥ୍ୟ ଚିକିତ୍ସା ଓ ପରାମର୍ଶ ସେବା ପ୍ରଦାନ କରିଥିଲେ । ଝରପଦର, ସାନ କାଇଁଚପୁର, ବଡ କାଇଁଚପୁର, ମାଳି ଜଗନ୍ନାଥପୁର, ଝଡ଼କୁଦା ପ୍ରଭୃତି ଗ୍ରାମର ପ୍ରାୟ ୫୧୫ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା । ମେଡିକା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ମ୍ୟାନେଜର ଅରୁଣ ଶତପଥୀ, ଶଙ୍କରା ନେତ୍ରାଳୟର ଭାଗ୍ୟଲତା ଗୌଡ଼ ଏବଂ ନଳିନୀକାନ୍ତ ରାଉତ, ଟି.ଏସ.ଆର. ଡି.ଏସ, ସ୍ୱାସ୍ଥ୍ୟ ସୁପ୍ରଭାଇଜର ସର୍ବେଶ୍ୱର ବେହେରା, ସ୍ଵେଚ୍ଛାସେବି ଧର୍ମେନ୍ଦ୍ର ବେହେରା, ମେଡିକାର ଦୀପକ ମହାପାତ୍ର, ପ୍ରଭାତ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


