

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମରେ ବେଆଇନ ଭାବେ ଚାଲିଥିବା ପାଣି ପାଉଚ କାରଖାନା ଉପରେ ଚଢ଼ାଉ କରି ପ୍ରଶାସନ ପକ୍ଷରୁ ସିଲ କରାଯାଇଥିବା ସୂଚନା ମିଳିଛି । ଏହାସହ ୧୫୦ଟି ବସ୍ତା ପାଣି ପାଉଚ ଜବତ କରାଯାଇଛି । ତହସିଲଦାର ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ସନାତନ ମହାଲିକ, ସୁବାଷ ନାୟକ, ଆରଆର ନୀଳାଞ୍ଚଳ ବେହେରା, ହୁମା ଫାଣ୍ଡି ଅଧିକାରୀ ନରହରି ବିଶୋୟୀ ପ୍ରମୁଖ ସିଲ ଓ ଚଢ଼ଉ ସମୟରେ ଉପସ୍ଥିତ ଥିଲେ । ଦୀର୍ଘ ଦିନ ଧରି ସେଠାରେ ବେଆଇନ ଭାବେ ପାଣି ପାଉଚ ତିଆରି ଚାଲିଥିଲା କିନ୍ତୁ ଏହାର କୌଣସି ସୁରାକ ପ୍ରଶାସନ ପାଇନଥିଲା ବୋଲି ଜଣାପଡିଛି । କୌଣସି ସୂତ୍ରରୁ ଖବର ପାଇ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ସିଲ କରାଯାଇଛି ବୋଲି ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା