ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାରକୁ ବନ୍ଦ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଗତ ୨ଦିନ ମଧ୍ୟରେ ଅବକାରୀ ବିଭାଗ ବିପୁଳ ପରିମାଣର ମଦ ଜବତ କରି କିଛି ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଗତକାଲି ଦିଗପହଣ୍ଡି ଅଞ୍ଚଳରେ ଚଢ଼ାଉ କରି ୨ ଜଣଙ୍କୁ ଗରିଫ କରି କୋର୍ଟ ଚାଲାଣ ପାଇଁ ପଠାଯାଇଛି
। ସେମାନଙ୍କ ପାଖରୁ ମୋଟ ୧୧୧ଟି ବୋତଲ ଜବତ କରାଯାଇଛି । ସେଥିରେ ୮୦ ଟି ମଦ ୩୧ଟି ବିଅର ବୋତଲ ରହିଛି । ଗିରଫ ହୋଇଥିବା ବ୍ୟକ୍ତି ହେଲେ ଦିଲ୍ଲିପ କୁମାର ବିଷୋୟୀ ଓ ବାଳକୃଷ୍ଣ ବିଷୋୟୀ । ଅବକାରୀ ଅଧିକ୍ଷକ ରେଜେନ୍ଦ୍ର କୁମାର ଭତ୍ରାଙ୍କ ତତ୍ୱାବଧାନରେ ହୋଇଥିବା ଚଢ଼ାଉରେ ସଦର ଇନସିପେକ୍ଟର ଅଭିରାମ ବେହେରା, ଷ୍ଟ୍ରାଇକିଂ ଫୋର୍ସ ଇନସ୍ପେକ୍ଟର ସୁଶାନ୍ତ ପଢି, ଇଆଇବି ଇନସ୍ପେକ୍ଟର ଧିରେନ କୁମାର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା