ଛତ୍ରପୁର (ସମୃଦ୍ଧ ଓଡିଶା) ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ଓ ବୁଦ୍ଧଜୀବୀଙ୍କ ପକ୍ଷରୁ ବେଆଇନ ମଦ ବେପାର ବନ୍ଦ କରିବାକୁ ଦାବି କରି ଦାବୀ ପୂରଣ ନ କରାଗଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିବା ସୂଚନା ମିଳିଛି ।ସୂଚନା ଅନୁଯାୟୀ ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପାଲ୍ଲୀ ପଞ୍ଚାୟତର ଲଣ୍ଡାବାଉଁଶ ଗ୍ରାମରେ ବେଆଇନ ଭାବେ ମଦ କାରବାର କରାଯାଉଥିବା ଅଭିଯୋଗ ନେଇ ଗ୍ରାମର ଯୁବକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ବୁଦ୍ଧିଜୀବୀମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ଅବକାରୀ ଉପାଧିକ୍ଷକ ଅଭିରାମ ବେହେରାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସେହି ଦାବୀ ପତ୍ରରେ ଉଲ୍ଲେଖ ଅଛି ଯେ ଗ୍ରାମରେ ଦୀର୍ଘଦିନ ଧରି ଦୁଇ ଜଣ ବ୍ୟକ୍ତି ବେଆଇନ ଭାବେ ଚୋରା ମଦ କାରବାର କରୁଥିବାବେଳେ ପୋଲିସ ଓ ଅବକାରୀ ବିଭାଗ ନିଷ୍କ୍ରିୟ ରହି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଯାହାଫଳରେ ଗ୍ରାମରେ ଅଶାନ୍ତି ସୃଷ୍ଟି ହୋଇ ମଦୁଆ ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବିନା ଲିଜରେ ଗ୍ରାମରେ ଏପରି ବ୍ୟାପକ ଭାବେ କାରବାର ଚାଲୁଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ମହିଳାମାନେ ଦାବୀ କରିଛନ୍ତି । ଯଦି ଆମ ଦାବୀକୁ ପୂରଣ କରା ନ ଯାଏ ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହାପରେ ଜିଲ୍ଲା ଅବକାରୀ ଉପଅଧିକ୍ଷକ ଶ୍ରୀ ବେହେରା ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଜୟ ଜଗନ୍ନାଥ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ମା’ତାରାତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ଗ୍ରାମର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା