ବେଆଇନ୍ ବାଲି ବୋଝେଇ ୫ଟି ଡମ୍ପର ଓ ୧ଟି ଟ୍ରାକ୍ଟର ଜବତ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ଓ ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଆଜି ଜଳେଶ୍ୱର ତହସିଲ ଅଂଚଳର ଆମ୍ବଳିଅଠା ଛକ, ଅଗ୍ରୱାଲା ଛକ ଓ ଜମାଳପୁର ବାଇପାସ୍ ଠାରେ ଅଚାନକ ଭାବେ ଚଢାଉ କରି ବେଆଇନ୍‌ ଭାବେ ବାଲି ଚାଲାଣ କରୁଥିବା ୫ଟି ଡମ୍ପର ଓ ୧ଟି ଟ୍ରାକ୍ଟରକୁ ଜବତ୍ ତହିସିଲ ପରିସରରେ ରଖାଯାଇଛି । ଆସନ୍ତାକାଲି ଏଗୁଡିକରୁ ଜୋରିମାନା ଆଦାୟ କରାଯାଇ ଛଡାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଏହି ଚଢାଉରେ ନାମ୍ପୋ ଆର୍‌ଆଇ ସୁଶାନ୍ତ ମଙ୍ଗଳ, ସଦର ଆର୍‌ଆଇ ମାନସ ବେହେରା, ଖୁଆଡ ଆର୍‌ଆଇ ଦିଲ୍ଲିପ କୁମାର ଚାନ୍ଦଙ୍କ ସମେତ ଏନ୍‌ଫେର୍ସମେଣ୍ଟ ଟିମ୍ ଉପସ୍ଥିତ ଥିଲେ । ଜବତ୍ ହୋଇଥିବା ଡମ୍ପର ଗୁଡିକ ହେଲା ଓଡି୨୨ପି-୯୩୧୧, ଡବ୍ଲୁବି୩୩ଡି-୩୩୭୫, ଓଡି୦୧ଭି-୦୦୮୯, ଓଡି୨୨ଜେ-୪୫୬୬ ଓ ଓଡି୦୧ଡି୧୪୪୦ ହୋଇଥିବା ବେଳେ ଟ୍ରାକ୍ଟରର ନଂ ଓଡି୦୧ଏନ୍‌-୫୭୯୮ ବୋଲି ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା