ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ଧରି ଶିକ୍ଷରପୁର, ଭାନୁପୁର ଓ ବିଳାସପୁର ଓ ରାଜନଗରରୁ ଟ୍ରାକ୍ଟରଯୋଗେ ବ୍ୟାପକ ବେଆଇନ୍ ବାଲି ପରିବହନ ହୋଇ ଆସୁଥିବା ବେଳେ ଆଜି ଜଳେଶ୍ୱର ପୁଲିସ୍ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି । ଜେସିବି ଦ୍ୱାରା ବାଲି ଉତ୍ତୋଳନ କରାଯାଇ ଶହ ଶହ ଟ୍ରାକ୍ଟର ଯୋଗେ ଜାତୀୟ ରାଜ ପଥ ପାଶ୍ୱର୍, ଗ୍ରାମ୍ୟ ରାସ୍ତା ପାଶ୍ୱ ଓ ସରକାରୀ ପଡିଆମାନଙ୍କରେ ମହଜୁଦ ରଖୁ ଛନ୍ତି । ଏପରି ବାଲି ପରିବହନ ଦ୍ୱାରା ଜଳେଶ୍ୱର ଓ ପାଶ୍ୱର୍ବର୍ତ୍ତ କେତେକ ଗାଁ ପରିବେଶ ପ୍ରଦୂଷିତ ହୋଇ ଆସୁଛି । ଗତ କିଛିଦିନ ତଳେ ବାଲେଶ୍ୱର ନୂତନ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏପରି ବାଲି ପରିବହନ ଓ ଚୋରାଚାଲାଣ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ବିଳମ୍ବରେ ହେଲେ ମଧ୍ୟ ଆଜି ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ ଓ ଏଏସ୍ଆଇ ସତ୍ୟନାରାୟଣ ବଳ ସଦଳବଳ ଯାଇ ଶିଖରପୁର ନଦୀପୋଲ ନିକଟରେ ଅତର୍କୀତ ଚଢାଉ କରି ୨ଟି ନମ୍ବର ବିହୀନ ଟ୍ରାକ୍ଟର ଓ ଡବ୍ଲୁବି-୩୦ଏବି-୦୮୩୭ ଜେସିବିକୁ ଜବତ୍ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା