
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ୩ ଦିନ ଭିତରେ ୧୩ ଡମ୍ପର ଓ ୨ଟି ଟ୍ରାକ୍ଟର ବେଆଇଭାବେ, ପଥର ମୋରମ୍ ପରିବହନ କରୁଥିବା ବେଳେ ଜଳେଶ୍ୱର ତହସିଲ ର ସ୍କାର୍ଡ ଦ୍ୱାରା ଜବତ୍ ହୋଇଛି । ଫଳରେ ୧୧ଟି ଡମ୍ପରକୁ ୨ଲକ୍ଷ ୮୭ହଜାର ଜୋରିମାନା ଆଦାୟ ହୋଇଥିବା ବେଳେ ଅନ୍ୟ ଗାଡିଗୁଡିକ ତହସିଲ ପରିସରରେ ରଖା ଯାଇଛି । ଗତ ୧୦ ତାରିଖରେ ୬ଟି ଡମ୍ପରରୁ ୧ଲକ୍ଷ ୭୦ହଜାର, ୧୧ତାରିଖରେ ୨ଟି ଟ୍ରାକ୍ଟରରୁ ୨୦ହଜାର, ୧୨ତାରିରେ ୩ଟି ଡମ୍ପରରୁ ୬୭ ହଜାର, ୧୩ ତାରିଖରେ ୧ଟି ଡମ୍ପରରୁ ୩୦ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ଆଜି ସଂଧ୍ୟାସୁଦ୍ଧା ୨ଟି ଡମ୍ପର ଓ ୨ଟି ଟ୍ରାକ୍ଟର ଜୋରିମାନା ନ ଦେଇପାରି ଅଟକ ରହିଛନ୍ତି । ଏହି ଚଡାଉ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କ ନେତୃତ୍ୱରେ ହୋଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା