କୋରାଇ(ସମୃଦ୍ଧଓଡିଶା) ଆଜି ତା ୪.୧୨. ୨୪ ରିଖ ବେଣାପୁର ସ୍ଥିତ ୨O ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ କାର୍ଯ୍ୟକ୍ଷମ କରିବା ଓ ତଳବାଇପାସ ର ମରଣ ଯନ୍ତା ରାସ୍ତା ର ସ୍ଥାୟୀ ନିର୍ମାଣ ଦାବିରେ କୋରାଇ ସଂଗ୍ରାମ ସମିତି ପକ୍ଷରୁ ଡ଼ିସେମ୍ବର ୫ ରାସ୍ତାରୋକ ଆନ୍ଦୋଳନ କୁ ଆଖିଆଗରେ ରଖି ଯାଜପୁର ଜିଲ୍ଲାପାଳ ପି. ଅନୁଷା ରେଡି ଙ୍କ ନିଁର୍ଧେଷ କ୍ରମେ ଆଜି ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ ଙ୍କ ତତ୍ଵାବେଧାନ ରେ ସଭା ଗୃହରେ ଜାତୀୟ ରାଜପଥ କତୃପକ୍ଷ, ସ୍ଥାନୀୟ ପୋଲିସ, ଓ. ପି. ଟି. ସି. ଏଲ ଓ ସଂଗ୍ରାମ ସମିତି ର ସଭାପତି ବିଦ୍ୟାଧର ମହାନ୍ତି, ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର ଉପସଭାପତି ରାମଚନ୍ଦ୍ର ଦାଶ ଓ ସମ୍ପାଦକ ପଦ୍ମନାଭ ନାୟକ ପ୍ରମୁଖ ମିଳିତ ଆଲୋଚନା ଓ ବେଣାପୁର ରାସ୍ତାସ୍ଥଳ ପରିଦର୍ଶନ କରିଥିଲେ. ଉପସ୍ଥିତ ରେ ୨ O ନମ୍ବର ଜାତୀୟ ରାଜପଥ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲଷ୍ମୀଧର ନାୟକ କୋରାଇ ଥାନା ଆରକ୍ଷୀ ନିରୀକ୍ଷକ ସଞ୍ଜୟ କୁମାର ପରିଡା. ବ୍ୟାସନଗର ସହକାରୀ ତହସିଲଦାର ପ୍ରସନକୁମାର ମହାନ୍ତି ଓ. ପି. ଟି. ସି ଏଲ. ଅଧିକାରୀ ସେଠାରେ ଥିବା ବିଦ୍ୟୁତଲାଇନ କୁ ସ୍ଥାନାଂତର ଓ ଘରୋଇ ଜମି ଅଧିଗ୍ରହଣ ଓ ସମ୍ପୂର୍ଣ ଅଞ୍ଚଳ କୁ ଆଲୋକିତ କରିବା ପାଇଁ ତୁରନ୍ତ ପଦକ୍ଷପ ନେଇ ଓଭର ବ୍ରିଜ କାର୍ଯ୍ୟକ୍ଷମ ହେବ ସଂଗ୍ରାମ ସମିତି ସଭାପତି ବିଦ୍ୟାଧର ମହାନ୍ତି କୁ ବ୍ୟାସନଗର ତହସିଲଦାର ଦିବାଶିଷ ରାଉତ ଏକ ଲିଖିତ ସମୟ ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ସଂଗ୍ରାମ ସମିତି ପକ୍ଷରୁ ପ୍ରକାଶ କରାଯାଇଛି I
ରିପୋର୍ଟ : ରଜତ ମହାପାତ୍ର