

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ରେଗିଡ଼ି ସାହି ବୋଲବମ ସଂଘର କାଉଡିଆ ମାନେ ଧାର୍ମିକ ମାସ ଶ୍ରାବଣରେ ମହାଦେବଙ୍କ ଠାରେ ଜଳଲାଗି କରିବା ପାଇଁ ମାସିକିଆ ସଂକଳ୍ପ ବ୍ରତ ଆରମ୍ଭ କରିଛନ୍ତି । ଏଥିପାଇଁ ନୂଆଗଡରେ ଥିବା ବାଲୁଙ୍କେଶ୍ୱର ଶୈବପୀଠରେ ପଣ୍ଡିତ ନୀଳାମ୍ବର ପାଢ଼ୀଙ୍କ ପୌରାହିତ୍ୟରେ ପୂଜା ହୋମ ନୀତି ଅନୁଷ୍ଠିତ କରାଯାଇଛି । ଏଥିରେ କର୍ତ୍ତା ରୂପେ ଲକ୍ଷ୍ମଣ ପଣ୍ଡା ଯୋଗ ଦେଇଥିଲେ । ବାଲୁଙ୍କେଶ୍ୱର ବୋଲବମ ସଂଘର ପ୍ରଥମପାଳି ସୋମବାର ଆସିକାର ଋଷିକୂଲ୍ୟାନଦୀର ପବିତ୍ର ଜଳଧାରଣା କରି ହିଞ୍ଜିଳିକାଟୁର ନୂଆଗଡରେ ଥିବା ବାଲୁଙ୍କେଶ୍ୱରଙ୍କ ପୀଠରେ ଜଳଲାଗି କରାଯିବ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବୋଲବମ ସଂଘର ସଭାପତି ପପୁ ଆଚରି, ଉପସଭାପତି ଶ୍ରୀକାନ୍ତ ଦାଶ, ମହେଶ୍ୱର ମିଶ୍ର, ଶ୍ରୀମନ୍ତ ଚୌଧୁରୀ, ସୁଦାମ ପଣ୍ଡା, ସାଗର, ରାହୁଲ ଡାକୁଆ ଆଦି ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା