ବ୍ରଜନାଥ ବଡ଼ଜେନାଙ୍କ ୨୯୦ତମ ଜନ୍ମ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ବ୍ରଜନାଥ ବଡ଼ଜେନାଙ୍କ ୨୯୦ତମ ଜନ୍ମ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ୭ ଘଟିକା ସମୟରେ ସମର କବି ବ୍ରଜନାଥ ବଡ଼ଜେନାଙ୍କ ୨୯୦ତମ ଜନ୍ମ ଜୟନ୍ତୀରେ ଶତାୟୁ ଅନୁଷ୍ଠାନ ବଜ୍ରନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଉଭୟ ସହକାରୀ ଶିକ୍ଷକ ତଥା ଜାତୀୟ ସମର ଶିକ୍ଷାର୍ଥୀ ଆକାଶ ବାହିନୀର ଚିଫ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର ଓ ଜାତୀୟ ସମର ଶିକ୍ଷାର୍ଥୀ ସ୍ଥଳବାହିନୀର ଚିଫ ଅଫିସର ସୁଭାଷ କୁମାର ନନ୍ଦ ଉଭୟ ବ୍ୟକ୍ତିଗତ ଭାବରେ ମୁଖରେ ମାସ୍କ ଲଗାଇ ପାଦରେ ଚାଲି ଚାଲି ଆସି ବିଦ୍ୟାଳୟ ପରିସର ଓ କଲେଜ ବାଇପାସ ଛକ ଠାରେ ଥିବା ପ୍ରଥମ ଗଦ୍ୟ ସାହିତ୍ୟର ସ୍ରଷ୍ଟା ବ୍ରଜନାଥ ବଡ଼ଜେନାଙ୍କ ପ୍ରତିମୂର୍ତିରେ ଧୂପ, ଦୀପ ଓ ପୁଷ୍ପ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତେ ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ, ମହାବୀର ହନୁମାନଙ୍କ ଜୟନ୍ତୀ ସହିତ ଢେଙ୍କାନାଳର ପ୍ରଖ୍ୟାତ କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ଭାବରେ ସ୍ମୃତିଚାରଣ କରିବା ସହ ଆଜି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ମଧ୍ୟ ଅବଗତ ହେବା ପାଇଁ ସମସ୍ତେ ଚେଷ୍ଟିତ ହେବା ଉଚିତ ବୋଲି ଦୃଢ଼ ମତପୋଷଣ କରିଥିଲେ ।

ରିପୋର୍ଟ : ଶୁଭମ ପାଣି