

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ଆଇଟିଆଇରେ ଡକ୍ଟର ଦିବସ ପାଳିତ ହୋଇଯାଇଛି . ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡ. ସୁନୀଲ କୁମାର କୋଟା ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ମଧୁମେହ ଓ ଥାଇରଏଡ ସମ୍ପର୍କରେ ବୁଝାଇଥିଲେ । ପ୍ରତ୍ୟେକ ଦିନ ଜୀବନରେ କଣ ଖାଇବା କଣ ନ ଖାଇବା ଏବଂ କେଉଁ ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରହିବ ବୋଲି ସେ ବିଷୟରେ ଅବଗତ କରାଇଥିଲେ । ତତସଙ୍ଗେ ଏହି ରୋଗମାନଙ୍କର ପ୍ରତିକାର ଓ କିଭଳି ଏହି ରୋଗ ନ ହେବ, ସେ ସମ୍ପକରେ ସଚେତନ କିଭଳି ରହିବା ସେ ବିଷୟରେ କହିଥିଲେ । ଏହାପରେ ଆଇଟିଆଇର ତାଲିମ ଅଧିକାରୀ ଅଶୋକ କୁମାର ଆଚାର୍ଯ୍ୟ ସଭା ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଟିଆଇର ବହୁ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନଧି ନିମାଇଁ ଚରଣ ପଣ୍ଡା



