

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଆସନ ନିମନ୍ତେ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁ ଓ ବିଧାୟକ ପ୍ରାର୍ଥୀ ଲିଙ୍ଗରାଜ ଚୋୖଧୁରୀ ଏକ ବିରାଟ ପଟୁଆରରେ ବ୍ରହ୍ମପୁର ସହର ପରିକ୍ରମା କରି ଭୋଟ ପ୍ରଚାର କରିଛନ୍ତି । ଏହି ପଟୁଆର ଜିଲ୍ଲା କଂଗ୍ରେସ ବାପୁଜୀ ଆଶ୍ରମଠାରୁ ଆରମ୍ଭ ହୋଇ ଇଂଜିନିୟରିଂ ସ୍କୁଲ ଛକରୁ ଫାଷ୍ଟଗେଟ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଵ୍ରହ୍ମପୁର, ଛତ୍ରପୁର ଓ ଦିଗପହଣ୍ଡିରେ ତାଙ୍କ ପଲା ଭାରି ରହିଛି ବୋଲି ଚର୍ଚ୍ଚା ଜୋର ଚାଲିଛି । ସେପଟେ ଛତ୍ରରପୁରେ ବି ସିପିଆଇ ଓ କଂଗ୍ରସ ମିଶି ସାଂସଦଙ୍କ ପାଇଁ ଭୋଟ ପ୍ରଚାର ପାଇଁ ଲାଗି ପଡିଛନ୍ତି । ଏହି କାର୍ଯ୍ୟକ୍ରମରେ ଗାନ୍ଧିନଗର, ଗୋସାଇଁନୂଆଗାଁ, ବିଜୁପୁର, ସାନବଜାର, ଖାପସା ସାହି, ବାଲୁକେଶ୍ଵର ଛକ, ମେଣ୍ଟୁ ଛକ, ହରିଡ଼ାଖଣ୍ଡି, ଧାନମେରା ସାହି ସମେତ ସମସ୍ତ ମୁଖ୍ୟ ରାସ୍ତା ଅତିକ୍ରମ କରିଥିଲେ । ଏଥିରେ କଂଗ୍ରେସ ସଭାପତି ଡାକ୍ତର ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଶିବରାମ ପାତ୍ର, ବୃନ୍ଦାବନ ଖଟେଇଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





