ବ୍ରହ୍ମପୁର ଇକୋସ ଚକ୍ଷୁ ହସ୍ପିଟାଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଇକୋସ ଚକ୍ଷୁ ହସ୍ପିଟାଲ, ଛତ୍ରପୁର କ୍ୟାଥୋଲିକ ଚର୍ଚ୍ଚ, ଫିଜନ ମିନିଷ୍ଟାନି ଅଫ ଇଣ୍ଡିଆ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଅନୁକୁଲ୍ୟରେ ଛତ୍ରପୁର ସବଜେଲ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସବ ଜେଲରେ ଥିବା ସମସ୍ତ ଅନ୍ତେବାସୀ ଓ ଜେଲ କର୍ମଚାରୀମାନଙ୍କ ଚକ୍ଷୁ ଚିକିତ୍ସା କରାଯିବା ସହ ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତର ଏନବି ରାଓ, ଆଚାର୍ଯ୍ୟ ନିରଞ୍ଜନ ସାହୁ, ଫାଦର ହେନେରେ ସିଂ, ଫାଦର ଅଜିତ ଲାକ୍ରା, ସିଷ୍ଟର ଶାନ୍ତି, ସିଷ୍ଟର ସିନି, ହରିଶ୍ଚନ୍ଦ୍ର ସାହୁ, ସୋବିତ ମଂଜୁର, ସିଓନ ଭୂୟାଁ, ଛତ୍ରପୁର ସବଜେଲର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର କବିଙ୍କ ସମେତ ବହୁ ଜେଲ କର୍ମଚାରୀମାନେ ଉପସ୍ଥିତ ଥିଲେ । ବର୍ତ୍ତମାନ ସବଜେଲରେ ୧୪୭ ଜଣ ଅନ୍ତେବାସୀ ରହୁଥିବାବେଳେ ସେଥିରୁ ୫ ଜଣ ମହିଳା ଓ ୧୪୨ ଜଣ ପୁରୁଷ ଅନ୍ତେବାସୀ ରହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା