

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ଖାଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦକ୍ଷୀଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ପାଳନ କରି ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ଜାତୀୟ ସଂଗୀତ ଗାନ କରାଯାଇଥିଲା । ତାଙ୍କ ଅଭିଭାଷଣରେ ପ୍ରଥମେ ଜାତିର ପିତା ମହାତ୍ମାଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏହାସହ ଦେଶର ସ୍ୱାଧୀନତା ପାଇଁ ଯେଉଁ ମହାପୁରୁଷମାନେ ନିଜ ଜୀବନକୁ ବାଜି ଲଗେଇ ବଳିଦାନ ଦେଇ ସ୍ୱାଧୀନତା ଆଣିଥିଲେ ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଦେଶ ସ୍ୱାଧୀନତା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆମେ ଦଳିତ, କୁସଂସ୍କାର, ସନ୍ତ୍ରାସବାଦ, ମାଓବାଦ ଆଦି ଭିନ୍ନ ପ୍ରକାର ସାମାଜିକ ଅର୍ଥନୈତିକ ବିରୁଦ୍ଧରେ ସଂଗ୍ରାମ କରିବାକୁ ପଡିବ l ଆଜି ସାରା ଭାରତ ବର୍ଷରେ ଆମ ସାମ୍ନାରେ ଛିଡା ହୋଇଅଛି କରୋନା l କରୋନା ମହାମାରୀ ସମୟରେ କିପରି ନିଜକୁ ନିଜ ପରିବାର ସହ ଅନ୍ୟମାନଙ୍କୁ ସୁରକ୍ଷା ଦେବା ସହ କର୍ମ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରି କିପରି ସମାଜର ମଙ୍ଗଳ କରିପାରିବା ଉପସ୍ଥାପନ କରିଥିଲେ । ଏହାସହ କରୋନା ମୁକାବିଲା ଦିଗରେ ଆମ ଗଞ୍ଜାମ ଜିଲ୍ଲର କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କ ଭୂମିକା ଅତି ଉଚ୍ଚ କୋଟିର ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ୍, ବ୍ରହ୍ମପୁର ଏସପି ପିନାକ ମିଶ୍ର, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଭି. କ୍ରିତି ବାସନ, ଓ ବହୁ ପୋଲିସ୍ ଅଧିକାରୀ ଯୋଗ ଦେଇଥିଲେ l ଏହି ଉତ୍ସବରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏଥିରେ କରୋନା ଯୋଦ୍ଧା ତଥା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଶିକ୍ଷକ, ପୋଲିସ, ଅଗ୍ନିଶମ ଓ ସଫେଇ କର୍ମଚାରୀମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଥିବା ‘ମାସ୍କ’ ପ୍ରାମାଣିକ ଚଳଚିତ୍ର ପାଇଁ ଏବଂ ଶ୍ରେଷ୍ଠ କୋଭିଡ ଯୋଦ୍ଧା ଭାବେ ଡ଼ଃ. ଶ୍ଵେତ କୁମାର ଦାସ, ଏସ.ଡି.ଏମଓ ବ୍ରହ୍ମପୁର ଏବଂ ଉକ୍ତ ମାସ୍କ ପ୍ରାମାଣିକ ଚଳଚିତ୍ରରେ ଭଲ ଅଭିନୟ କରିଥିବା ନବମ ଶ୍ରେଣୀ ଛାତ୍ର ଅଜୟ ଚୌଧୁରୀଙ୍କୁ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ଏହି ଉତ୍ସବରେ ଦିଲ୍ଲୀପ କୁମାର ବେହେରା, ଆର.ଆଇ.ଅଫ ପୋଲିସ, ବ୍ରହ୍ମପୁର ପ୍ୟାରେଡ଼ ପରିଚାଳନା କରିଥିଲେ l ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଗୁଡିକ ସମ୍ପାଦିତ ହୋଇଥିଲା l ତାଙ୍କ ପରିଚାଳନାରେ ବିଭାଗୀୟ ବରିଷ୍ଠ କର୍ମଚାରୀ ଗୌରୀ ଶଙ୍କର ଶତପଥୀ ଓ ଲୋକନାଥ ଶତପଥୀ ସହଯୋଗ କରିଥିଲେ ବୋଲି ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

