ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର କେସି ହାଇସ୍କୁଲ ପଡିଆ ପରିସରରେ ୧୦ ଦିନିଆ ବ୍ରହ୍ମପୁର ମହାନଗର ମହୋତ୍ସବର ଉଦଘାଟନ ହୋଇଯାଇଛି । ଏହି ମହୋତ୍ସବକୁ ଉଦଘାଟନ କରିଥିଲେ ବ୍ରହ୍ମପୁର ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ବିଜୟ କୁମାର ଦାସ, ସମ୍ମାନିତ ଅତିଥି ରୂପେ ବିଡିଏ ଅଧକ୍ଷ ସୁବାସ ମହାରଣା, ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧରି, ସାଉଥ୍କୋ ୟୁଟିଲିଟିର ଏ.ଓ ରାଧାରମଣ ପଣ୍ଡା, ମହାନଗର ମହୋତ୍ସବ ସଭାପତି ନାରାୟଣ ମହାଙ୍କଡ଼, ସଂଯୋଜକ ମନୋଜ କାନ୍ତ ଦାସ, ସମ୍ପାଦକ ବିଶ୍ୱନାଥ ପଟ୍ଟନାୟକ, ଉପଦେଷ୍ଟା ନୃସିଂହଚରଣ ପାଢ଼ୀ, ଉପସଭାପତି ଶକ୍ତିଧର ରାଜଗୁରୁ, ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ବ୍ରହ୍ମପୁର ପ୍ରେସ କ୍ଳବର ସମ୍ପାଦକ ଚିରଞ୍ଜିତ ରାଜଗୁରୁ, ସାମ୍ବାଦିକ ଜଗନ ମହୋନ ମହାପାତ୍ର, କମିଟି କୋଷାଧ୍ୟକ୍ଷ ପ୍ରଣୟ କୁମାର ପଣ୍ଡା, ସାଉଥ କୋ ୟୁଟିଲିଟିର ଜେନେରାଲ ମ୍ୟାନେଜର ପ୍ରମଦ କୁମାର ଚୌଧୁରୀ, କ୍ଷେତ୍ର ପ୍ରଚାର ଅଧିକାରୀ ମନ ମହୋନ ପାଢ଼ୀ, ସାମ୍ବାଦିକ ସୁଦୀପ ସାହୁ, ଜୋଗୀ ନାହାକ ପ୍ରମୁଖ ମଞ୍ଚ।ସିନ ଥିଲେ । ଏହି ଅବସରରେ ସାଉଥ କୋ ୟୁଟିଲିଟିର ଏଓ ରାଧାରମଣ ପଣ୍ଡା ଓ ଜେନେରାଲ ମ୍ୟାନେଜର ପ୍ରମୋଦ ଚୌଧରିଙ୍କୁ ମଞ୍ଚରେ ଅତିଥିମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରିବା ସହ ସମ୍ମାନିତ କରାଯାଇଥିଲା ଓ ମଞ୍ଚ ଉପରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କୁ ମହତ୍ସବ ଟ୍ରଫି ପ୍ରଦାନ କରାଯାଇଥିଲା । ଗଞ୍ଜାମର ଲୋକ କଳା ସାହିତ୍ୟ ସଂସ୍କୃତିକୁ ବିଞ୍ଚେଇ ରଖିବା ପାଇଁ ଏହି ମହୋତ୍ସବର ମୂଳ ଲକ୍ଷ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ । ଏହା ସହ ଏଭଳି ମହୋତ୍ସବକୁ ଆୟୋଜନ କରିଥିବା ମହାନଗର ସାଂସ୍କୃତିକ ପରିଷଦ କମିଟି କର୍ମକର୍ତ୍ତାମାନଙ୍କୁ ଅତିଥିମାନେ ଧନ୍ୟବାଦ ଅର୍ପଣ କରିବା ସହ ପ୍ରଶଂସା କରିଥିଲେ । ଏହା ପରେ ମଞ୍ଚ ଉପରେ ବଡ କୁସତଳିରୁ ଆସିଥିବା ଯୋଡି ଶଙ୍ଖ, ଘଣ୍ଟ, ମୃଦୁଙ୍ଗ ନୃତ୍ୟ ଅନୁଷ୍ଠିତ କରାଯିବା ସହ ଏହି ମହୋତ୍ସବରେ ଯୋଗ ଦେଇଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଦେଶାତ୍ମକବୋଧକ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୦୦ରୁ ଉର୍ଦ୍ଧ ଷ୍ଟଲ ଧାରୀ ଯୋଗଦେଇ ଷ୍ଟଲ ପ୍ରଦର୍ଶନ କରିଛନ୍ତି । ଏହି ଆୟୋଜିତ ମହୋତ୍ସବକୁ କାର୍ତ୍ତିକ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ଦାସ, ସତ୍ୟଚେତନ ପରିଡା, ରଶ୍ମିତା ପାଣିଗ୍ରାହୀ, ଅଭିରାମ ପାତ୍ର, ଅଭିନାଶ ରଥ ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା