

ଛତ୍ରପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରୀ କରାଯାଇଥିବା ଯୋଗୁଁ ବିଭିନ୍ନ ବ୍ୟବସାୟୀମାନେ ବିପୁଳ ପରିମାଣରେ କ୍ଷତି ସହୁଛନ୍ତି । ଏହାସହ ବ୍ୟବସାୟ ସହିତ ଜଡିତ ଶ୍ରମିକ ଓ କର୍ମଚାରି ମାନେ ମଧ୍ୟ ଜୀବିକା ହରାଇବା ସହ ଟେଣ୍ଟ ହାଉସ୍ ଓ ସପ୍ଲାଇ ବ୍ୟବସାୟୀ ମାନେ ମଧ୍ୟ ଦୁର୍ଦୀନରେ ଗତି କରୁଛି । ସେମାନଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି ଦେବା ପାଇଁ ଆଜି ବ୍ରହ୍ମପୁର ଟେଣ୍ଟହାଉ ଓ ସପ୍ଲାଇର ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ନିବେଦନ ପତ୍ର ପ୍ରଦାନ କରାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ ଲକଡାଉନ ଜନିତ କଟକଣା ଯୋଗୁ ବ୍ୟବସାୟ ବନ୍ଦ ରହିଛି । ଯାହା ଫଳରେ କୌଣସି କାମ ଧନ୍ଦା ନ ପାଉଥିବାରୁ ଅର୍ଥର ଘୋର ଅଭାବ ରହିଛି ତେଣୁ ବ୍ୟାଙ୍କରୁ ଆଣିଥିବା ରୁଣକୁ ବର୍ତ୍ତମାନ ସମୟରେ ସୁଝିବା ଆମ୍ଭ ପାଇଁ ସମ୍ଭବପର ନୁହଁ । ତେଣୁ ରୁଣ ପରିଶୋଧ କରିବା ପାଇଁ ସେମାନଙ୍କୁ ଅଧୀକ ସମୟ ଦେବାକୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ଏହାସହ ବିଭିନ୍ନ ବାହାଘର, ସାମାଜିକ ଉତ୍ସବରେ ସରକାରଙ୍କ ପକ୍ଷରୁ ୫୦ ଜଣଙ୍କୁ ଏକତ୍ରିତ ହୋଇ ଅନୁମତି ଦିଆଯାଉ ବୋଲି ଦାବୀ କରାଯାଇଛି । ଯାହା ଫଳରେ ସେମାନଙ୍କର ସମସ୍ୟାରେ ସୁଧାର ଆସିବ ଏବଂ ୫୦ ଜଣଙ୍କ ବଦଳରେ ୩୦୦ ଲୋକଙ୍କୁ ଅନୁମତି ଦିଆଗଲେ ତାଙ୍କ ବ୍ୟବସାୟ ସ୍ଵଭାବିକ ହୋଇପାରିବ ବୋଲି ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ମାଲିକ ସଂଘର ସଭାପତି କିରଣ ସବୁଦି, ସମ୍ପାଦକ ବୁନୁ ପଟ୍ଟନାୟକ, ସହସମ୍ପାଦକ ସୁଦିପ୍ ପଟ୍ଟନାୟକ, ମିଟୁ ପାଣିଗ୍ରାହୀ, କେତନ ପାତ୍ର, ଡି. ରାମ ଚନ୍ଦ୍ର ପାତ୍ର, ଟି. ଶ୍ରୀନୁ, ସଂଘର ଉପଦେଷ୍ଟା ତଥା ବରିଷ୍ଠ ଏ.ରାମା ରାଓ ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

