ବ୍ରହ୍ମପୁର ଡାକ୍ତରଙ୍କ ଦ୍ୱାରା ଅନ୍ତରାଷ୍ଟ୍ରୀୟ ସ୍ତରରେ ମେଟାବୋଲିକ କନକ୍ଳେଭର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଡାକ୍ତରଙ୍କ ଦ୍ୱାରା ଅନ୍ତରାଷ୍ଟ୍ରୀୟ ସ୍ତରରେ ଗ୍ଲୋବାଲ କାର୍ଡି ଓ ଡାଏବେଟିସ ଅକାଡେମୀ ଦ୍ୱାରା ମେଟାବୋଲିକ କନକ୍ଳେଭର ୨୦୧୯ ସଂସ୍କରଣ, ୟୁଏଇର ଦୁବାଇ ଠାରେ ଆୟୋଜିତ ହୋଇଯାଇଛି । ଆଇରଏଡ଼ ସମସ୍ୟା ଥିଲା ଏହି ବର୍ଷର ମୁଖ୍ୟ ବିଷୟ ବସ୍ତୁ । ଏଥିରେ ବ୍ରହ୍ମପୁର ସ୍ଥିତ ଡଏବେଟିସ ଏଣ୍ଡ ଏଣ୍ଡୋକେୟାର କ୍ଲିନିକର ଯୁବ ଏଣ୍ଡ୍ରୋକ୍ରାଇନୋଲୋଜିଷ୍ଟ ଡା ସୁନୀଲ କୁମାର କୋଟା ଏକ ଆମନ୍ତ୍ରୀତ ବକ୍ତା ରୂପେ ଯୋଗଦାନ କରି ଗର୍ଭାବସ୍ଥାରେ ହାଇଡ଼ର ଥାଇରଏଡିଜର ଚିକିତ୍ସା ଉପରେ ନିଜର ଉପସ୍ଥାପନା ରଖିଥିଲେ । ପ୍ରତ୍ୟେକ ୨୦୦୦ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଜଣେ ହାଇଡ଼ର ଥାଇରଏଡିଜମରେ ଆକ୍ରାନ୍ତ ହୋଇଥାନ୍ତି । ରକ୍ତରେ ଥାଇରଏଡ ହରମୋନ ସ୍ତର ବଢ଼ିଯିବା ଡେ଼ରା ଓଜନକ୍ଷୟ, ଅତ୍ୟଧିକ ଗରମ ଲାଗିବା, ଝାଳ ବୋହିବା, ହାତ ଥରିବା, ହୃତସ୍ପନ୍ଦନ ବଢିବା ତଥା ନାଲି ଆଖି ଆଦି ଲକ୍ଷଣ ଦେଖା ଦେଇଥାଏ । ଏଥିରେ ଗର୍ଭପାତ, ଉଚ୍ଚ ରକ୍ତଚାପ, ହାର୍ଟ ଫେଲର, ଗର୍ଭସ୍ଥ ଶିଶୁର ଶାରୀରିକ ତଥା ମାନସିକ ବିକାଶର ଅବକ୍ଷୟ, ସମୟ ପୂର୍ବରୁ ଗର୍ଭ, ଗର୍ଭପାତ ଶିଶୁର ମୃତ୍ୟୁ ଆଦି ଜଟିଳ ଅବସ୍ଥା ଦେଖା ଦେଇଥାଏ । ମୁଖ୍ୟତଃ ଏହାର ଚିକିତ୍ସା ବଟିକା ଦ୍ୱାରା କରାଯାଇଥାଏ । କିନ୍ତୁ କେତୋଟି ସଙ୍କଟାପନ୍ନ ସ୍ଥିତିରେ ନାରୀମାନଙ୍କର ଦ୍ଵିତୀୟ ତ୍ରୟ ମାସିକରେ ଖାଦ୍ୟ ଚିକିତ୍ସା ମଧ୍ୟ କରିବା ଆବଶ୍ୟକ ହୋଇଥାଏ । ଡାକୋଟା, ଉପସ୍ଥିତ ଶ୍ରୋତାମାନଙ୍କୁ ଏହି ବାଟିକାର ବ୍ୟବହାର ପ୍ରଣାଳୀ, ପାର୍ଶ୍ଵ ପ୍ରତିକ୍ରିୟା ତଥା ରୋଗୀଙ୍କ ନିୟମିତ ଯାଞ୍ଚ ପଦ୍ଦତି ଉପରେ ଅବଗତ କରାଇଥିଲେ । ବିଶ୍ୱର ନାନା ଭାଗରୁ ପ୍ରାୟତଃ ୪୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ଏଥିରେ ବକ୍ତା ଭାବେ ଆମନ୍ତ୍ରିତ କରାଯାଇଥିଲା । ଦକ୍ଷିଣ ଏସିଆ ତଥା ମିଡଲ ଇଷ୍ଟ ଦେଶର ପ୍ରାୟତଃ ୨୫୦ ଜଣ ଡାକ୍ତର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସର୍ବ ଭାରତ ସ୍ତରରେ ମୋଟ ୪ ଜଣ ଡାକ୍ତରଙ୍କ ମଧ୍ୟରେ ଜଣେ ଏବଂ ଓଡିଶାରୁ ଏକମାତ୍ର ଡାକ୍ତର ରୂପେ ଡା ସୁନୀଲ କୁମାର କୋଟା ଏଥିରେ ଏକ ବକ୍ତା ରୂପେ ଅଂଶ ଗ୍ରହଣ କରିଥିଲେ । ଏହି ଉପସ୍ଥାପନା ପାଇଁ ଡାକ୍ତର ସହକର୍ମୀ, ନାନା ସଂସ୍ଥା ଏବଂ ସାଧାରଣ ଜନତା ଡା କୋଟାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା