

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବଡ ବଜାର ଖଲାସି ସଂଘର ଏକ ବୈଠକ ହଳଦିଆ ପଦର ନିକଟରେ ଅବସ୍ଥିତ ହୋଲ ସେଲ ବଜାର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସଂଗଠନର ବିଭିନ୍ନ ବିଷୟରେ ଆଲୋଚନା ହେବା ସହ ଶ୍ରମିକ ନେତା ତଥା ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ଆନନ୍ଦ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା l କରୋନା ସମୟରେ ଶ୍ରମିକମାନେ ରୋଗକୁ ଭୟ ନ କରି ଲୋକଙ୍କୁ ପରିବା ଯୋଗାଇବାରେ ଯେଉଁ ସହଯୋଗ କରୁଥିଲେ ସେଥିପାଇଁ ଧନ୍ୟବାଦ ଦିଆଯାଇଥିଲା l ଏହାସହ ଖଲାସି ଶ୍ରମିକଙ୍କୁ ସରକାରୀ ସହାୟତା ଦାବୀ କରାଯିବ, ବୀମା ଭୁକ୍ତ କରିବା, ଶ୍ରମିକ ପରିଚୟ ପତ୍ର ଦେବା ବିଷୟରେ ଆଲୋଚନ କରାଯାଇଥିଲା l ଆସନ୍ତା ବର୍ଷ ପାଇଁ ନୁଆଁ କର୍ମକର୍ତ୍ତା ମନୋନୀତ କରାଯାଇଥିଲା l ଏହି ବୈଠକରେ ଶ୍ରମିକ ନେତା ତଥା ଆଇନଜୀବି ପୀତବାସ ପଣ୍ଡା, ଭୋକାଲି ସେଠୀ, ବସନ୍ତ ପତ୍ର, ସୁରେଶ ବେହେରା, ସୋମେୟ ପାତ୍ର, ଛଞ୍ଚାଣ ସେଠୀ, ଟୁନା ପାତ୍ର, ରବୀନ୍ଦ୍ର ଗୌଡ଼, ଗୋପାଳ ପାତ୍ର, ମଣ୍ଟୁ ପାତ୍ର, ମୋହନ ପାତ୍ର ପ୍ରଭୁତି ଯୋଗ ଦେଇଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
