

ବ୍ରହ୍ମପୁର(ସମୃଦ୍ଧଓଡିଶା )ଗତ ୧୧ ତାରିଖ ଦିନ ଗଞ୍ଜାମ ଗସ୍ତରେ ଆସିଥିବା ଓଡ଼ିଶା ପ୍ରଦେଶର ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ଭାରତୀୟ ଜନତା ପାର୍ଟି ବିଧାନସଭା ନେତା କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ଏକ ପ୍ରତନିଧି ଦଳ ଛତ୍ରପୁର ସାରକିଟ୍ ହାଉସ୍ ଠାରେ ସାକ୍ଷାତ କରି ବ୍ରହ୍ମପୁର ମହାନଗର ନିଗମରେ ଚାଲିଥିବା ମହାଦୁର୍ନୀତି ଉପରେ ଯେଉଁ ଅବଗତ କରାଯାଇଥିଲା ତାହାର ଫଳ ସ୍ଵରୂପ ମହାମହିମ ରାଜ୍ୟପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗ୍ରହଣ କରି କିଛି ବିଇଏମସି କର୍ମଚାରୀଙ୍କୁ ସାମୁହିକ ବଦଳି କରାଯାଇଥିବାରୁ ମହାମହିମ ରାଜ୍ୟପାଳଙ୍କୁ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ସମେତ ଦଳୀୟ ନେତୃବୃନ୍ଦ କୃତଜ୍ଞତା ଜଣାଇ ଧନ୍ୟବାଦ ଦେବା ସହ ଆହୁରି ମଧ୍ଯ ଡ଼ଜେନ୍ ରୁ ଉର୍ଦ୍ଧ୍ବ ଅସାଧୁ କର୍ମଚାରୀ ବ୍ରହ୍ମପୁର ମହାନଗର ନିଗମରେ ପାଞ୍ଚ ବର୍ଷରୁ ଉର୍ଦ୍ଧ ସମୟ ଧରି ମହାକେଳେଙ୍କାରୀରେ ଲିପ୍ତ ଥିବା କର୍ମଚାରୀଙ୍କୁ ବଦଳି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁରୋଧ କରାଯାଇଛି । ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରି ଧନ୍ୟବାଦ ଦେବା ପାଇଁ ବ୍ରହ୍ମପୁର ବିଧାନସଭା ନେତା କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ଏକ ପ୍ରତନିଧି ଦଳ ଅତି ଶୀଘ୍ର ରାଜ ଭବନ ଯିବେ ବୋଲି ବିଜେପି କହିଛି ।
ରିପୋର୍ଟ : ରଜତ ପଟ୍ଟନାୟକ