



ବ୍ରହ୍ମପୁର(ସମୃଦ୍ଧଓଡିଶା)ଭାରତୀୟ ଜନତା ଯୁବମୋର୍ଚ୍ଚା ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ନବ ମତଦାତା ସମ୍ମିଳନୀ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ରଙ୍କ ସଂଯୋଜନାରେ ଗୋସାଇଁନୂଆଗାଁ ସ୍ଥିତ ଉତ୍ତରେଶ୍ୱର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ ଏବଂ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥଲେ । ଏହି ଅବସରରେ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାର୍ଚୁଆଲ୍ (ଆଭାସୀ) ମାଧ୍ୟମରେ ଦେଶର ପାଞ୍ଚ ହଜାର ସ୍ଥାନରେ ନବ ମତଦାତା ମାନଙ୍କୁ ଉଦବୋଧନ ଦେଇଥିଲେ । ସ୍ୱାଧୀନତାର ଅମୃତ କାଳରେ ନବ ମତଦାତା ମାନେ ବିକଶିତ ଭାରତର ସଂକଳ୍ପକୁ ଆଗକୁ ନେବା ପାଇଁ ନିଜ ନିଜ ସ୍ଥରରେ ପ୍ରୟାସ ଜାରି ରଖିବା ପାଇଁଁ ଆହ୍ୱାନ ଦେଇଛନ୍ତି । ବର୍ତ୍ତମାନ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ଚାଲିଛି । ଆଗାମୀ ୨୫ ବର୍ଷ ଦେଶ ଏବଂ ଯୁବ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । କାରଣ ଦେଶ ଏହି ୨୫ ବର୍ଷ ମଧ୍ୟରେ ବିକଶିତ ରାଷ୍ଟ୍ର ରୂପେ ପରିଗଣିତ ହୋଇପାରିବ ଯାହାର ସାରଥୀ ଯୁବ ଶକ୍ତି ହିଁ ହେବେ । ଏହି କ୍ରମରେ ଭାରତୀୟ ଜନତା ପାର୍ଟିର ସରକାର ଦେଶକୁ ଦୁର୍ନିତୀମୁକ୍ତ ରାଷ୍ଟ୍ର ରୂପେ ଗଢ଼ିତୋଳିସାରିଛି । ପରିବାରବାଦ ରାଜନୀତିରୁ ଉପରକୁ ଉଠି ଭାରତୀୟ ଜନତା ପାର୍ଟିର ସରକାର ସ୍ୱଚ୍ଛ ଶାସନ ଦେବାରେ ସମର୍ଥ ହୋଇଛି । ଏହା କେବଳ ଯୁବ ମତଦାତାଙ୍କ ବହୁ ମୂଲ୍ୟ ଭୋଟ ବିଜେପିକୁ ମିଳିବା ଦ୍ୱାରା ହିଁ ସମ୍ଭବ ହୋଇପାରିଛି । ଏଣୁ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିକୁ ହିଁ ନିଜର ପ୍ରଥମ ମତଦାନ ଦେବା ପାଇଁ ନବ ମତଦାତା ମାନଙ୍କୁ ଅପିଲ୍ କରିଥିଲେ । ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ତାଙ୍କ ଉଦବୋଧନରେ ଗଞ୍ଜାମ ଜିଲ୍ଲାରେ ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଗତ ୨୫ ବର୍ଷରେ ଆଜି ପର୍ଯ୍ୟନ୍ତ ଛୁଞ୍ଚି କାରଖାନାଟିଏ ମଧ୍ୟ ହେଇପାରିଲାନାହିଁ । ବ୍ରହ୍ମପୁର ସହରରେ ଲୋକଙ୍କୁ ପିଇବା ପାଇଁ ପାଣି ମୁଁଦାଏ ମିଳୁନଥିବା ବେଳେ ଯୁବ ବର୍ଗଙ୍କୁ ପଥ ଭ୍ରଷ୍ଟ କରିବା ପାଇଁ ସହରର ବିଭିନ୍ନ ଗଳିକନ୍ଦିରେ ସମସ୍ତ ନିୟମକୁ ଜଳାଜଂଳି ଦେଇ ବ୍ୟାପକ ମଦ ଦୋକାନ ବିଜେଡ଼ି ସରକାର ଖୋଲିଛନ୍ତି । ଏଣୁ ନବ ମତଦାତା ମାନଙ୍କୁ ରାଜ୍ୟରେ ଚାଲିଥିବା ଛାୟା ଶାସନକୁ ପ୍ରତ୍ୟଖ୍ୟାନ କରିବା ସହ ତାମିଲ୍ ଶାସନକୁ ବିତାଡ଼ିତ କରି ରାଜ୍ୟରେ ଡ଼ବଲ୍ ଇଞ୍ଜିନ୍ ସରକାର ଗଠନ କରିବା ପାଇଁ ନବ ମତଦାତା ମାନଙ୍କୁ ନିଜର ପ୍ରଥମ ଭୋଟ ବିଜେପିକୁ ଦେବା ପାଇଁ ଶ୍ରୀ ପତି ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଜି.ବିଜୟ ପାତ୍ର,କମଲ୍ ପାତ୍ର,କିଶୋର କୁମାର ସାହୁ,ମନୋଜ ମହାରଣା,ଦେବୁନ୍ ପଟ୍ଟନାୟକ,ଡ଼ି.ଶିରିଡ଼ି ବିକ୍ରମ,ଅଖିଳ ବେହେରା,ଡ଼ି.ଅନିଲ ରାଓ,ଆଶିଶ ସାହୁ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ଧର୍ମରାଜ ପାଣିଗ୍ରାହୀ,କେ.ଟୁଙ୍ଗୁରୁ ପାତ୍ର,ଭାବଗ୍ରାହୀ ପାଳ,ସରୋଜ ପାତ୍ର,ଏସ୍.ଶ୍ରୀନିବାସ ପ୍ରମୁଖଙ୍କ ସମେତ ଏକ ହଜାରରୁ ଉର୍ଦ୍ଧ ନବ ମତଦାତା ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ପଟ୍ଟନାୟକ


