

ଗୋପାଳପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଲଉଡ଼ିଗାଁଠାରେ ବ୍ରହ୍ମପୁର ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା ସ୍ଥାୟୀ କ୍ୟାମ୍ପସ ନିମନ୍ତେ ଗତକାଲି ଶିଳାନ୍ୟାସ ହୋଇଛି । ଭୁବନେଶ୍ୱର ଆଇଆଇଟି ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଶିଳାନ୍ୟାଶ କରିଛନ୍ତି । ଉତ୍ସବରେ ସିଧାପ୍ରସାରଣ ଭିଡିଓ କନଫରେନସିଂ ଜରିଆରେ ଏହାର ଦେଖାଯାଇଥିଲା । ଏହି ଅବସରରେ ଲଉଡ଼ିଗାଁ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକ ପ୍ରଫେସର କେଭିଆରଚାରୀ ଏବଂ ମାନବସମ୍ବଳ ବିଭାଗର ବରିଷ୍ଠ ଆର୍ଥିକ ପରାମର୍ଶଦାତା ଭିଏଲ ଭିଏସଏସ ସୁବା ରାଓ ଅଂଶ ଗ୍ରହଣ କରିଥିଲେ । ୧୫୮୩ କୋଟି ଟଙ୍କା ବ୍ୟୟରେ ୨୦୦ ଏକର ଜମିରେ ଆଇଜର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ହେବ । ଆସନ୍ତା ଏପ୍ରିଲ ୨୦୧୯ରୁ କ୍ୟାମ୍ପସର ନିର୍ମାଣ କାମ ଆରମ୍ଭ ହେବ ଏବଂ ଅଢେଇ ବର୍ଷ ମଧ୍ୟରେ ଏହାର ସମସ୍ତ କାର୍ଯ୍ୟ ଶେଷ ହେବ । ୨୦୨୧ ରୁ ସ୍ଥାୟୀ କ୍ୟାମ୍ପସ୍ରେ ପାଠପଢ଼ା ଆରମ୍ଭ ଏହାବ ବୋଲି ଶ୍ରୀ ରାଓ ସୂଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାମ୍ପସ ପାଇଁ ଜମି ଯୋଗାଇ ଦିଆଯାଇଛି । ୨୦୧୬-୧୭ ଶିକ୍ଷା ବର୍ଷରୁ ବ୍ରହ୍ମପୁର ଆଇଜର ସ୍ଥାପନ ହେବା ସହିତ ବ୍ରହ୍ମପୁର ଆଇଟିଆଇରେ ଏହାର ଅସ୍ଥାୟୀ କ୍ୟାମ୍ପସ ଆରମ୍ଭ ହୋଇଛି । ଦେଶରେ ପୂର୍ବରୁ ୬ଟି ଆଇଜର ଥିବାବେଳେ ବ୍ରହ୍ମପୁରରେ ଏହା ଦେଶର ସପ୍ତମ ଶିକ୍ଷାନୁଷ୍ଠାନ । ଲଉଡ଼ିଗାଁରେ ଆୟୋଜିତ ଉତ୍ସବରେ ବିଜେପି ରାଜ୍ୟ ସମ୍ପାଦକ ବିଭୁତି ଜେନାଙ୍କ ନେତୃତ୍ୱରେ ବହୁ କର୍ମକର୍ତ୍ତା ଯୋଗଦେଇଥିଲେ । ଶତାଧିକ କାର୍ମିଇ ବାଇକରେ ଜଗନ୍ନାଥ ମନ୍ଦିର ଛକ ଠାରୁ ତୁଳୁ, ଇନ୍ଦ୍ରାକ୍ଷୀ ଗ୍ରାମ ପରିକ୍ରମା କରି ଉତ୍ସ ସ୍ଥଳରେ ପହଞ୍ଚିଥିଲେ । ଜିଲ୍ଲା ପରିଷଦ ସଭ୍ୟ ବିନୋଦ ଚନ୍ଦ୍ର ମିଶ୍ର, ରାଜେଶ ମିଶ୍ର, ସୁଭାଶିଷ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା




