

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛତା ଓ କରୋନା ସଚେତନତାକୁ ନେଇ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଏମସି କମିଶନର ସିଧେଶ୍ୱର ବଳିରାମ ବୋନ୍ଦାରଙ୍କ ସଂଯୋଜନାରେ ନିଗମର ପୁରୁଷ କର୍ମଚାରୀ ଓ ଅଧିକାରୀମାନେ ସାଇକେଲ ଯୋଗେ ନିଗମ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲେ । ନିଜେ କମିଶନର ସାଇକେଲରେ ଯାଇ ଲୋକଙ୍କୁ କରୋନାର ଗାଇଡ୍ ଲାଇନ୍ ପାଳନ କରିବା ସହ ନିଜ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଆହ୍ୱାନ ଦେଇଥିଲେ । ପୂଜାକୁ ଦୃଷ୍ଟିରେ ରଖି କୋଭିଡ୍ ଗାଇଡ୍ ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ସମସ୍ତଙ୍କୁ ସାଇକେଲ ରାଲି ମାଧ୍ୟମରେ ବାର୍ତ୍ତା ଦେଇଥିବା ଜଣାପଡିଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା



