ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାରାଷ୍ଟ୍ରର ନାଗପୁର ଠାରେ ଚଳିତ ମାସ ୧୪ ରୁ ୨୨ ତାରିଖ ପର୍ଯ୍ୟନ୍ତ ଜାତୀୟ କନିଷ୍ଠ ବର୍ଗର (ବାଳକ ଓ ବାଳିକା) ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାରୁ ୨୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ୧୪ ଜଣ ବାଳକ ଏବଂ ୧୩ ଜଣ ବାଳିକା ରହିଥିଲେ । ପ୍ରତିଯୋଗୀମାନେ ବେଶ୍ ସଫଳତାର ସହ ଗୌରବ ଆଣିପାରିଛି । ଏମାନଙ୍କ ମଧ୍ୟରେ ଭକ୍ତରାମ ଜ୍ୟେଷ୍ଟି ସ୍ୱର୍ଣ୍ଣ, ରଘୁନାଥ ଖିଲ, ମୁନା ନାୟକ ଓ ଦେବକୀ ଖିଲ ବ୍ରୋଞ୍ଜ ପଦକ ପାଇଛନ୍ତି ଏବଂ ଅନ୍ୟମାନେ ମଧ୍ୟ ବେଶ୍ ସଫଳତା ହାସଲ କରପାରି ଛନ୍ତି । ବିଜେତାମାନଙ୍କ ସହ ସମସ୍ତ ପ୍ରତିଯୋଗୀ ଓ ଟି ମି ମ୍ୟାନେଜର ରମେଶ ଚନ୍ଦ୍ର ପାଢ଼ୀ ସୋମବାର ପୂର୍ବାହ୍ନରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ଯୋଗେ ବ୍ରହ୍ମପୁର ରେଳଷ୍ଟେଶନରେ ପହଞ୍ଚିବା ପରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ରେଳ ଷ୍ଟେଶନରେ ରାଜ୍ୟ ଭାରୋତ୍ତୋଳନ ସଂଘର ସମ୍ପାଦକ ନାରାୟଣ ସାହ, ଜିଲ୍ଲା ସଭାପତି କୁମୁଦ ଚନ୍ଦ୍ର ସାହୁ, ପଦେଷ୍ଟାୁ ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ସମ୍ପାଦକ ଗାଗାରିନ ନାୟକ, ସ୍ପୋର୍ଟସ୍ ହଷ୍ଟେଲ କୋଚ୍ ସୀତା ଜେନା, ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ରବି ରଥ