ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନ କଲେ ପିଏସି କମିଟି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ରେଳ ଷ୍ଟେସନର ଉନ୍ନତି ନେଇ ଆଜି ପାସେଞ୍ଜର ଏମିନେଟସ କମିଟି(ପିଏସି) ଖୋର୍ଦ୍ଧା ରୋଡ ଡିଭିଜନର ଏକ ୭ଜଣିଆ ଟିମ୍ ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି । ଟିମ ସଦସ୍ୟ ଦିଲୀପ ମଲ୍ଲିକ, ଅଜୟ କୁମାର ଯାଦବ, ଅଭିଜିତ୍ ଦାସ, ରାମ କୁମାର ପହହନ୍, ଅଭିଲାଶ ପାଣ୍ଡେ, ବିଚିତ୍ର ନାରାୟଣ କଳିତା ଏବଂ ସୁନୀଲ ରାମ ଷ୍ଟେସନ୍ ବୁଲି ଦେଖିଛନ୍ତି । ପାନୀୟ ଜଳ ସୁବିଧା, ୱେଟିଂ ହଲ୍ ସୁବିଧା, ପ୍ଲାଟଫର୍ମ ସେଡ୍, ଯାତ୍ରୀମାନଙ୍କ ପାଇଁ ବସିବା ବ୍ୟବସ୍ଥା, ଲିଫ୍ଟ, ଏସ୍କାଲେଟର, ସ୍କାନର୍ ଭଳି ସୁବିଧା ସହ ଯାତ୍ରୀଙ୍କ ସହିତ ସିଧାସଳଖ କଥା ହୋଇଥିଲେ । ଷ୍ଟେସନ ପରିସର ବୁଲିବା ସହ ବହୁ କାର୍ଯ୍ୟର ତଦାରଖ କରିଥିଲେ । ଏହା ସହିତ ଯାତ୍ରୀଙ୍କ ସୁବିଧା ପାଇଁ ଆବଶ୍ୟକତା ମୁତାବକ ସମସ୍ତ ବ୍ୟବସ୍ଥା ରହିଛି ନା ନାହିଁ ସେ ସଂପର୍କରେ ଷ୍ଟେସନ ମାଷ୍ଟରଙ୍କ ସହିତ ଆଲୋଚନା କରିଥିଲେ । ଆସିଥିବା ଟିମ୍ ପରିଦର୍ଶନ କରିବା ସମୟରେ ପ୍ଲାଟଫୋର୍ମର ଆଜବେଷ୍ଟ ଛାତରୁ ପାଣି ଲିକ୍ ହେଉଥିବା ଦେଖିଥିଲେ । ତୁରନ୍ତ ଏହାର ମରାମତି ପାଇଁ ଷ୍ଟେସନ ମାଷ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଷ୍ଟେସନ ପରିସରର ପରିଷ୍କାର ପରିଚ୍ଛନ୍ନତା ଏବଂ କ୍ୟାଣ୍ଟିଂ ଷ୍ଟଲରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ମଧ୍ୟ କମିଟି ସଦସ୍ୟଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା । ବିଭିନ୍ନ ଷ୍ଟେସନରେ ଯାତ୍ରୀ ସୁବିଧା ଉପରେ ସେମାନେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ କଲ୍ୟାଣ ପଟ୍ଟନାୟକ ଅତିରିକ୍ତ ବିଭାଗୀୟ ରେଳ ପରିଚାଳକ ଖୋର୍ଦ୍ଧା ରୋଡ୍ ଏବଂ ବରିଷ୍ଠ ବିଭାଗୀୟ ବାଣିଜ୍ୟ ପରିଚାଳକ ଅମିତେଶ ଆନନ୍ଦ ଉପସ୍ଥିତ ଥିଲେ । ଏମାନଙ୍କ ଗସ୍ତବେଳେ ବିଜେପି, ସଂସ୍କାରବାଦୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦାବିପାତ୍ର ପ୍ରଦାନ କରାଯାଇଛି । ଆଜି ଯାଏଁ ତୃଣମୂଳ ସମସ୍ୟା ସମାଧାନ ହୋଇନଥିବା ଅଭିଯୋଗ ହୋଇଛି । 

ଏହାସହ ଫୁଟ ଓଭର ବ୍ରିଜ ଅପର ପାର୍ଶ୍ଵ ନିର୍ମାଣ, ପ୍ଲାଟଫୋର୍ମ ପ୍ରଶସ୍ତି କରଣ, ଅପର ପାର୍ଶ୍ଵରେ ଥିବା ରାସ୍ତା ମରାମତି ପାଇଁ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି l ରେଳବାଇର ସର୍ବ ଭାରତୀୟ ସ୍ତରୀୟ ପାସେଞ୍ଜର ଆମେନିଟିଜ୍ କମିଟି ଛତ୍ରପୁର ରେଳଷ୍ଟେସନ ଆସି ଯାତ୍ରୀ ସୁବିଧା ସମ୍ପର୍କରେ ଯାଞ୍ଚ୍ କରିଛନ୍ତି । କମିଟିର କନଭେନର ଦିଲୀପ ମଲ୍ଲିକଙ୍କ ସମେତ କମିଟିର ସଦସ୍ୟ ଅଜୟ ଜାଦବ୍, ଅଭିଜିତ ଦାସ, ରାମ କୁମାର ପାହାନ, ଅଭିଳାଷ ପାଣ୍ଡେ, ବିଚିତ୍ର ନାରାୟଣ କାଲିଟା ଓ ସୁନିଲ୍ ରାମ ଯାଞ୍ଚ୍ କରିଥିଲେ । ଖୋର୍ଦ୍ଧା ଡିଭିଜନର ଏଡିଆରଏମ କଲ୍ୟାଣ ପଟ୍ଟନାୟକ, ବରିଷ୍ଠ ଡିଭିଜନାଲ ବାଣିଜ୍ୟ ଅଧିକାରୀ ଅମିତେଶ୍ ଆନନ୍ଦ ଓ ସିନିୟର ଡିଇଏନ୍ (ସାଉଥ୍) ପଙ୍କଜ ଚୈ।ହାନଙ୍କ ସହ ଅନେକ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ଅଧିକାରୀମାନେ ଷ୍ଟେସନର ସ୍ୱଚ୍ଛତା, ବିଶ୍ରାମ ଗୃହ, ଯାତ୍ରୀ ଆତ ଯାତ, ବସିବା ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧା, ଫ୍ୟାନ୍, ଦିବ୍ୟାଙ୍କ ଓ ରୋଗୀ ଯାତ୍ରୀଙ୍କ ନିମନ୍ତେ ହ୍ୱିଲ ଚେୟାର ପ୍ରଭୃତି ସୁବିଧା ସମ୍ପର୍କରେ ଟିକିନିଖି ଯାଞ୍ଚ୍ କରିଥିଲେ । ଏତଦ୍ ବ୍ୟତୀତ ଉପସ୍ଥିତ ଯାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତୃତ୍ଵଙ୍କ ସହ ଆଲୋଚନା କରିବା ସହ ଅଭିଯୋଗ ଶୁଣିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ କୁମାର କର, ସଞ୍ଜିତ କୁମାର ରାଉଳ(ସନ୍ତୋ), ପ୍ରଶାନ୍ତ କୁମାର ନାହକ, ପଦ୍ମ ଚରଣ ସାହୁ, ପଦ୍ମ ଚରଣ ପରିଡ଼ା, ସନ୍ତୋଷ କୁମାର ନାହାକ, ବିଜୟ କୁମାର ମୁଦୁଲି, ରାମଚନ୍ଦ୍ର ବେହେରା, ଡ଼ି. ସୁରେଶ ରେଡି, ଅମରେଶ ମହାରଣା, ଏନ. ଦୀନବନ୍ଧୁ, ସୁରେନ୍ଦ୍ର ସେଠି, ପି. ତିରୁପତି ରାଓ, ରାଜେନ୍ଦ୍ର କୁମାର ପଲାଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା