

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ରେଳ ଷ୍ଟେସନରେ ଗୋଟିଏ ପ୍ଲାଟଫର୍ମରୁ ଆର ପ୍ଲାଟଫର୍ମକୁ ଯିବା ନିମନ୍ତେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ କଷ୍ଟକର ହେଉଥିବା ବେଳେ ଆଜି ବ୍ରହ୍ମପୁର ରେଳ ଷ୍ଟେସନ୍ ୪ ନଂ ପ୍ଲାଟଫର୍ମ ଠାରେ ନବ ନିର୍ମିତ ଏସ୍କାଲେଟର୍ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଛି । ସେହିଭଳି ୧ନଂ ପ୍ଲାଟଫର୍ମରେ ଫୁଟ୍ ଓଭର୍ବ୍ରିଜ୍ ମଧ୍ୟ ଉଦଘାଟିତ ହୋଇଛି । ଆଜି ଉଭୟ ପ୍ରକଳ୍ପକୁ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ତଥା କୌଶଳ ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଭୂବନେଶ୍ୱରରେ ଆୟୋଜିତ କର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ସମୟରେ ବ୍ରହ୍ମପୁର ରେଳ ଷ୍ଟେସନରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତିଙ୍କ ସମେତ ରେଳ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଏସ୍କାଲେଟର୍ ଓ ଫୁଟ୍ ଓଭରବ୍ରିଜ୍ ର ଶୁଭାରମ୍ଭ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
