



ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଷ୍ଟାଡିୟମ ପରିସରରେ ଜିଲ୍ଲା ସଂସ୍କୃତି ବିଭାଗପକ୍ଷରୁ ୨୪ତମ ଜିଲ୍ଲା ଯୁବ ମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବ୍ରହ୍ମପୁର ସାଂସଦ ତଥା ରାଜ୍ୟର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଉଦଘାଟନ କରିଥିଲେ । ଏଥିରେ ବ୍ରହ୍ମପୁର ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୋଲସରା ଶ୍ରୀକାନ୍ତ ସାହୁ, ଗଞ୍ଜାମଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାଷ ବେହେରା, ବ୍ରହ୍ମପୁର ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣାଙ୍କ ସମେତ ଜିଲ୍ଲାର ବହୁ ମାନ୍ୟଗଣ ବ୍ୟକ୍ତି, ସରକାରୀ ପଦାଧିକାରୀ, କଳାକାରମାନେ ଯୋଗଦେଇ କାର୍ଯ୍ୟକ୍ରମର ଉପଭୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା