ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ରକ୍ତ ଭଣ୍ଡାରରେ ସ୍ୱେଚ୍ଛାକୃତ ରକ୍ତଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ତାଥା ୨୮/୦୪/୧୯ ରିଖ ରବିବାର ଦିନ ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ, ମାରଓ୍ବାଡି ମହିଳା ସମିତି, ନେଚର ଲଭର୍ସ ଓଡିଶା, ବକ୍ସିଂ ଓଡିଶା ତଥା ବ୍ରହ୍ମପୁର ଏମ୍.କେ.ସି.ଜି ରକ୍ତଭଣ୍ଡାର ସହଯୋଗରେ ପ୍ରବଳ ଗ୍ରୀଷ୍ମରେ ରକ୍ତ ଅଭାବକୁ ଦୁର କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାତା ବୃଦ୍ଧି କରିବା ଉଦ୍ଧେଶ୍ୟରେ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ପ୍ରତ୍ୟେକ ଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ କରାଯିବ । ଗ୍ରୀଷ୍ମ ଋତୁରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଅଛି । ରୋଗୀ ଦୂରଦୂରାନ୍ତରରୁ ଆସି ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଅଭାବକୁ କିଛି ମାତ୍ରାରେ ଦୂର କରିବା ପାଇଁ ରକ୍ତ ଦାନ ର ଆବଶ୍ୟକତା ରହିଛି ।ଏହି ଶିବିର ମାଧ୍ୟମରେ ଜନ ସାଧାରଣ , ଛାତ୍ରଛାତ୍ରୀ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଅନୁରୋଧ କରାଯାଉଛି କି ଯେ ସେମାନେ ଗୋଟିଏ ଦିନ ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରି ଅନ୍ୟର ଜୀବନ ରକ୍ଷା କରନ୍ତୁ । ଆଜି ପ୍ରାୟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ ରକ୍ତଦାନ କରି ରକ୍ତଦାତାଙ୍କୁ ଉସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡା .ରଶ୍ମୀତା ପାଣିଗ୍ରାହି, ସୁଶାନ୍ତ କୁମାର ପାଣିଗ୍ରାହୀ, ଗୋପାଳ କୃଷ୍ଣ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ଜୁନ ମାସ ଶେଷ ପର୍ଯ୍ୟନ୍ତ ଚାଲିବ।ଆସନ୍ତୁ ସଭିଏଁ ଏକ ହୋଇ ରକ୍ତ ଦାନ କରି ଅନ୍ୟର ଜିବନ ରକ୍ଷା କରିବା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀ ଆଶିଷ କୁମାର ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ମୁଖ୍ୟ ସୁଧିର ରାଉତ, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍. ଦିଲିପ କୁମାର, ଗଞ୍ଜାମ ଜିଲ୍ଲା ଇକୋ କ୍ଲବ୍ ସଂଯୋଜକ ଡ଼. ଶଙ୍କର ନାରାୟଣ ବେଜ, ସତ୍ୟନାରାୟଣ ସ୍ମୃତି ଟ୍ରଷ୍ଟର ସଭାପତି କେ.କ୍ଷେତ୍ରବାସୀ, ପରିଷଦର ସଭାପତି ସାଗର କୁମାର ପାତ୍ର, କବିରାଜ ଗୈ।ଡ, ଧର୍ମରାଜ ପାତ୍ର, ସ୍ୱେଚ୍ଛାକୃତ ଅରବିନ୍ଦ ଦେଶି ବେହେରା, ବନମାଳି ପ୍ରଧାନ, କବିତା ରାଓ, ସନିଆ ବେହେରାଙ୍କ ସମେତ ବହୁ ସ୍ୱେଚ୍ଛାକୃତ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା