

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରର ବିଭିନ୍ନ ପ୍ରବେଶ ପଥକୁ ସିଲ କରାଯାଇ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ ବ୍ୟବସ୍ଥା କରାଯାଉଛି । ଏହି ଅବସରରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ବିଭିନ୍ନ ସହରର ବିଭିନ୍ନ ଚେକପୋଷ୍ଟରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ବିନା ଅନୁମତିରେ ସହର ମଧ୍ୟରୁ ବାହାରକୁ ଯାତାୟତ ନିମନ୍ତେ କଟକଣା ରହିଥିବା ବେଳେ ସେହିଭଳି ଅତ୍ୟାବଶ୍ୟକିୟ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି । ସହରର ପରିବା ବିକାଳିଙ୍କୁ ଵ୍ରହ୍ମପୁର ରୋଟାରୀ କ୍ଳବ ପକ୍ଷରୁ ମାସ୍କ ବଣ୍ଟନ କରଯାଉଛି । ୪୦୦ ଜଣ ପରିବା ବିକାଳିଙ୍କୁ ମାସ୍କ ଆଜି ମାଗଣାରେ ଦିଆଯାଇଥିବା ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା