

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସେନ୍କ ଗୋଲଡ୍ ଓ ଡାଇମଣ୍ଡ ତରଫରୁ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଉଛି । ଏହି ଅବସରରେ ମହିଳାଙ୍କ ପ୍ରତିହିଂସା ଏକ ସାମାଜିକ ଲଜ୍ଜା କହି ସମସ୍ତଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହାର ମହତ୍ ଉଦ୍ଦେଶ୍ୟ ନାରୀକୁ ସମ୍ମାନ ଓ ମହିଳାଙ୍କ ଦ୍ବାରା ସଂଗଠନ ଓ ମହିଳାଙ୍କ ଦ୍ବାରା ଏକତା ରକ୍ଷା କରିବା ନିମନ୍ତେ ଏକା ଲଢିବା ନିମନ୍ତେ ଏହି ପୁରସ୍କାର ପ୍ରଦାନର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ସୀତା ଜେନା, ଡ଼. ଦେବଦତ୍ତ ଶତପଥୀ, ଡ଼. ସନ୍ଧ୍ୟା ରାଣୀ ଦାସ, ରାମେଶ୍ୱରୀ ନନ୍ଦ, ଅଙ୍କିତା ପଟ୍ଟନାୟକ, ଶୁଭଶ୍ରୀ ସ୍ୱାଇଁ, ଝୁନୁ ସାମଲ, ସିଏଚ. ଦୀପ୍ତି ରାଣୀ, ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ ଅଙ୍କିତା ପଟ୍ଟନାୟକ ଓ ଶୁଭଶ୍ରୀ ସ୍ୱାଇଁ । ଏହି ସମସ୍ତ କାର୍ଯ୍ୟକ୍ରମର ଆୟୋଜକ କରିଥିଲେ ଡ଼.ସନ୍ଧ୍ୟା ରାଣୀ ପଟ୍ଟନାୟକ ।





