

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ‘ଫନୀ’ ବାତ୍ୟା ଦ୍ୱାରା ପ୍ରଭାବତି ଲୋକଙ୍କ ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ଏବଂ ବିଭିନ୍ନ ସଂଗଠନ । ଗତକାଲି ସଂଗୃହିତ ରିଲିଫ ସାମଗ୍ରୀ ନେଇ ୩ଟି ଟ୍ରକ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି । ଉପଖଣ୍ଡ ପ୍ରଶାସନକୁ ବିଭିନ୍ନ ସୂତ୍ରରୁ ୧ ଲକ୍ଷ ୩୯ହଜାର ୨ଶହ ଟଙ୍କା ମିଳିଥିଲା । ସେଥିରୁ ତୁଳସୀନରରର ରାଧାକଷ୍ଣୃ ବଣିକ ସଂଘ ଓ ମହାନଗର ଯବୁ ବିଜେଡି ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ସେହିଭଳି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ୫୩ହଜାର ୨ଶହ ଟଙ୍କା ସଂଗ୍ରହ କରିଥିବା ବେଳେ ବ୍ରହ୍ମପରୁ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ୩୧ହଜାର ଟଙ୍କା, ସାନଖେମୁଣ୍ଡି ତହସିଲରୁ ୨୩ହଜାର ୫ଶହ ଟଙ୍କା, ପାତ୍ରପରୁ ତହସିଲରୁ ୩୨ହଜାର ଟଙ୍କା, ଦିଗପହଣ୍ଡିରୁ ୫୦ହଜାର ଟଙ୍କା, କନିସିରୁ ୨ହଜାର ଟଙ୍କା ଏବଂ ଚିକିଟି ତହସିଲା କାର୍ଯ୍ୟାଳୟର କର୍ମଚାରୀମାନେ ୩୦ହଜାର ଟଙ୍କା ଦାନ କରିଛନ୍ତି । ଏତଦବ୍ୟତୀତ ବିଭିନ୍ନ ସଂଗଠନ ଗୁଡିକ ତରଫରୁ ୬ହଜାର ବୋତଲ ପିଇବା ପାଣି ୧୦ବସ୍ତା ଚାଉଳ, ୪ଶହ ପ୍ୟାକେଟ ବିସ୍କୁଟ, ୨୦ଟି ସୋଲାର୍ ଲାଇଟ, ୫୦ବସ୍ତା ଚୂଡ଼ା, ୧୫ଚେକି ଗୁଡା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଇଛ । ଅପରାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରିଲିଫ ଟ୍ରକ ଗୁଡିକ ବାହାରିଥିଲା । ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ, ମହାନଗର ଯବୁ ବିଜେଡି ସଭାପତି ମୁକୁନ୍ଦ ଗୌଡ଼, ରାଧାକୃଷ୍ଣ ସଂଘ ବଣିକ ସଂଘର ସଭାପତି ଆର ମୁରଲୀ ମୋହନଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ । ସେହିଭଳି ବ୍ରହ୍ମପୁର ପୋଲିସ ତରଫରୁ ମଧ୍ୟ ଗୋଟିଏ ଟ୍ରକ ରିଲିଫ ସାମଗ୍ରୀ ପଠାଯାଇଥିଲା । ବିଭିନ୍ନ ବ୍ୟବସୟୀକା ସଂଘ, ଚାଉଳ ମିଲ ମାଲିକ ଏବଂ ସାଧାରଣ ଜନତାଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ ଏବଂ କର୍ମଚାରୀଙ୍କ ଠାରୁ ଏହି ସାମଗ୍ରୀ ସଂଗ୍ରହ କରାଯାଇଥିଲା । ଏସପି ପିନାକ ମିଶ୍ର ରିଲିଫ ଟ୍ରକକୁ ପତକା ଦେଖାଇ ଟ୍ରକକୁ ପଠାଇଥିଲେ । ସେହି ସମୟରେ ଡିଆଇଜି ଡ଼ିଏସପି ଅଜୟ ମିଶ୍ର, ବଡ଼ବଜାର ଥାନା ଆଇଆଇସି ପ୍ରଶାନ୍ତ ଭୂପତିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା











