

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ବ୍ରହ୍ମପୁରର ଯୁବ ଶିଳ୍ପୀ ସତ୍ୟ ମହାରଣା ବିଶ୍ୱର ସବୁଠାରୁ ଛୋଟ ରଥ କାଠରେ ନିର୍ମାଣ କରିଥିବା ଜଣାପଡ଼ିଛି । ବଡ଼ ଠାକୁରଙ୍କ ଛୋଟ ନନ୍ଦିଘୋଷ ରଥ ଉଚ୍ଚତା ୨.୫ ଇଞ୍ଚ ଓ ଓସାର ୨ ଇଞ୍ଚ ରହିଛି । କାଠରେ ନିର୍ମିତ ଏହି ରଥ ଗିନିସ ବୁକ ଅଫ ରେକର୍ଡରେ ସ୍ଥାନ ପାଇବ ବୋଲି ସତ୍ୟ ମହାରଣା ଆଶା ରଖିଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
